Masthead

କୋଭିଡ ନିୟମ ଉଲ୍ଲଙ୍ଘନ : ସରପଂଚଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କଲେ ବିଡିଓ

ବରଗଡ : ବରଗଡ଼ ଜିଲ୍ଳାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଣେ ସରପଂଚଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କରାଯିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକର ଗୌରେନମୁଣ୍ଡା ପଚାଂୟତର ସରପଂଚଞ୍ଚମାଲବ ସାହୁ ଗାଁର ପ୍ରାୟ ୧୫୦ ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ବ୍ଲକ ଅଫିସକୁ ଆସି ଘେରାଉ କରିଥିଲେ । ବର୍ତମାନ କୋଭିଡ ନିୟମାନୁସାରେ ଯେ କୌଣସି କାର୍ଯ୍ୟକ୍ରମ ପାଇଁ ୧୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ସରପଂଚ ସାହୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଘେରାଓ କରିବା ନେଇ ଗାଇସିଲେଟ ବିଡିଓ ନିରଂଜନ ସା ପହଂଚି ସିସିଟିଭିର ଫୁଟେଜ ଦେଖିବା ସହ ଅଫିସ ଅଧିକାରୀ ଓ କର୍ମଚାରୀମାନଙ୍କ ବୟାନକୁ ଆଧାର କରି ଓଡ଼ିଶା କୋଭିଡ଼-୧୯ ରେଗୁଲେସନ ଆଇନର ୪ ସି ଅଧ୍ୟାଦେଶକୁ ଭଙ୍ଗ କରିଥିବା ଅଭିଯୋଗରେ ଗୌରେନମୁଣ୍ଡା ସରପଂଚ ମାଳବ ସାହୁଙ୍କୁ ଆସନ୍ତା ତିନିଦନ ଭିତରେ ଏକଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇ ନୋଟିସ ସର୍ଭ କରିଥିଲେ । ଏବଂ ଏହାର ଅବମାନନାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରହିଥିବା ନୀର୍ଦ୍ଦେଶାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଂଚଞ୍ଚ ଶ୍ରୀ ସାହୁଙ୍କୁ ଚେତାବନୀ ଦେଇ ଏହାର ଏକକିତା ଲେଖାଏଁ ନକଲ ବରଗଡ଼ ପିଡ଼ି ଡ଼ିିଆରଡ଼ିଏ ଓ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଗାଇସିଲାଟ ବିଡ଼ିଓ ନିରଞ୍ଜନ ସାଙ୍କ ପତ୍ରସଂଖ୍ୟା ୩୧୪୭/୨୯.୦୯.୨୦୨୦ରୁ ସ୍ପଷ୍ଟ ଜଣାପଡ଼ିଛି । ତେବେ ଏନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପଚରାଯିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା