Masthead

ତତ୍କାଳ ଟିକଟ କାଟୁଛନ୍ତି କି ? ଟ୍ରେନ୍ ପାଇଁ ତେବେ ରୁହନ୍ତୁ ସାବଧାନ ! ମାତିଛନ୍ତି ଲୁଟେରା।

ବଡ଼ ଖବର। ବ୍ୟୁରୋ।
ତତ୍କାଳ ରେଳ ଟିକଟ୍ ଚୋରା କାରବାର କରୁଥିବା ଜଣେ ଦଲାଲକୁ ଆରପିଏଫ୍ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ସେକ୍ ଗୁଫରନ ଉଦ୍ଦିନ(୨୭)। ନିଶ୍ଚିନ୍ତକୋଇଲି ସୁକରପଡ଼ାର ଗୁଫରନ୍ ଗଲା ୫ ବର୍ଷ ହେବ ସାଲେପୁର କଟିକଟା ବଜାରରେ ଗୁଫରନ୍ କମ୍ୟୁନିକେସନ୍ ନାଁରେ ଦୋକାନ ଖୋଲିଥିଲା। ଏକାଧିକ ୟୁଜର ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରି ତତକାଳ ଟିକଟ୍ କିଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିଆସୁଥିଲା। ଏହି ଦୋକାନରେ ଚଢ଼ଉ କରି ଆରପିଏଫ୍ ୨୫ଟି ଟିକଟ, ୨ଟି ମୋବାଇଲ୍ ଫୋନ, ହାର୍ଡ ଡିସ୍କ ଜବତ କରିଛି।ସୂଚନା ଅନୁଯାୟୀ, କଟିକଟା ବଜାରରେ ଦୋକାନ ଖୋଲି ଏଭଳି ଚୋରା କାରବାର ଗୁଫରନ ଚଳାଇଥିବା ସଂକ୍ରାନ୍ତରେ ଦିଲ୍ଲୀ ରେଳବାଇ କାର୍ଯ୍ୟାଳୟରୁ ଗୁଇନ୍ଦା ତଥ୍ୟ ମିଳିଥିଲା। ସେହି ଆଧାରରେ ୨୮ ତାରିଖ ରାତିରେ ଆରପିଏଫ୍ ପୁଲିସ ଏବଂ ଭୁବନେଶ୍ବର ରେଳବାଇର ସାଇବର୍ ସେଲ୍ କଟିକଟାରେ ଥିବା ଦୋକାନରେ ମିଳିତ ଚଢ଼ଉ କରିଥିଲା। ଦୋକାନରୁ ତତ୍କାଳ ଟିକଟ ବି ଜବତ ହୋଇଥିଲା। ଆଇଆରସିଟିସି ଓ୍ବେବସାଇଟରୁ ତତ୍କାଳ ଟିକଟ ବୁକ୍ କରିବାକୁ ରିଅଲ୍ ମ୍ୟାଙ୍ଗୋ ନାମରେ ଏକ ସଫଟଓୟାର ସେ ବ୍ୟବହାର କରୁଥିଲା।ଏହି ସଫଟଓୟାର ମାଧ୍ୟମରେ ବେଆଇନ ଭାବେ ଅନଲାଇନରେ ଟିକଟ ବୁକ୍ ହେଉଥିବାରୁ ହାର୍ଡ ଡିସ୍କର ଯାଞ୍ଚ ପାଇଁ ଲାବ୍ରୋଟୋରିକୁ ପଠାଇ ଦିଆଯାଇଛି। ଗୁରଫନ୍ ପ୍ରତି ତତ୍କାଳ ଟିକଟକୁ ୨୦୦ ଟଙ୍କା ଅଧିକ ମୂଲ୍ୟରେ ବିକ୍ରି କରିଆସୁଥିବା ତଦନ୍ତରୁ ଜଣାପଡ଼ିଛି। ଗୁଫରନକୁ ଗିରଫ ପରେ ତାକୁ ସାଲେପୁର ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ଆରପିଏଫ୍ ଆଇଆଇସି ପ୍ରବୀଣ କୁମାରଙ୍କ ସମେତ ଏଆଇ ପ୍ରଶାନ୍ତ କୁମାର ପରିଡ଼ା, ଏଆଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଭୁବନେଶ୍ବର ସାଇବର୍ ସେଲ ଏସଆଇ ମନନ ପାଣ୍ଡେ ପ୍ରମୁଖ ସାମିଲ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ