Masthead

କୋରନା ରେ ବାହାଘର ମହଙ୍ଗା ପଡିଲା

ବାପ ପୁଅ ନାମରେ ମାମଲା

ବାଲିଗୁଡା: କୋଭିଡ ନିୟମ ଉଲଘଂନ କରି ପୁଅ ବାହାଘର କରିବା ମହଙ୍ଗା ପଡ଼ିଲା । ବାଲିଗୁଡ଼ା ଥାନା ତଗାକିଆରେ ୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମେଳି କରି ପୁଅ ଘରେ ବାହାଘର ଚାଲିଥିବା ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ମାଇକ୍ ସେଟ୍ ସହ ବର ପିତା ଥାନାରେ ଅଟକ । ବାପ ପୁଅଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମର ପରମେଶ୍ବର ମଲ୍ଲିକଙ୍କ ଘରେ ତାଙ୍କ ପୁଅ ନକୁଳ ମଲ୍ଲିକ ଓ ରେବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସାତାମାସ୍କା ଗ୍ରାମର ଲହଡ଼ା ମଲ୍ଲିକଙ୍କ ଝିଅ ପ୍ରୀତି ମଲ୍ଲିକଙ୍କ ସହ ବିବାହ ଉତ୍ସବ ଚାଲିଥିଲେ ହେଲେ, କୋଭିଡ୍ ନିୟମକୁ ନମାନି ୨୦୦ରୁ ଉର୍ଦ୍ଧ୍ବ ବନ୍ଧୁବାନ୍ଧବଙ୍କ ଗହଣରେ ନାଚଗୀତର ଆସର ଜମାଇ ବିବାହ ଉତ୍ସବ ଚାଲିଥିବା ଖବର ପହଁଚିଥିଲା ବାଲିଗୁଡ଼ା ପୋଲିସ୍ ପାଖରେ । ଥାନା ଅଧିକାରୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଘଉଡାଇବା ସହ ମାଇକ୍ ସେଟ୍ ଜବତ କରିଛି । ଘଟଣାରେ ବର ନକୁଳ ଓ ତାଙ୍କ ବାପା ପରମେଶ୍ବରଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା