Masthead

ଅପରାଧିକ ମାମଲା ରେ ଫସିଲେ ଓୟୋ ମୁଖ୍ୟ ରିତେଶ ଅଗ୍ରଓ୍ଵାଲ ।

ବଡ଼ ଖବର ବ୍ୟୁରୋ:
ଭୁବନେଶ୍ୱର: ଓଡ଼ିଶା ର ଯୁବ ଉଦ୍ଦ୍ୟୋଗୀ ରିତେଶ ଅଗ୍ରଓ୍ଵାଲଙ୍କ ସ୍ଥାପିତ କମ୍ପାନି ଓୟୋ ହୋଟେଲ୍ସ ଏଣ୍ଡ ହୋମ୍ସ ଏବେ ଆଇନଗତ ବିବାଦରେ ଫସିଯାଇଛି । ଅନେକ ସମୟରେ ଏହି କମ୍ପାନି ବିରୁଦ୍ଧରେଠକେଇ ଅଭିଯୋଗଆସୁଛି ।
ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ବ୍ୟବସାୟ ମାନ୍ଦା ଥିବାବେଳେ ଅନ୍ୟପଟେ ଏସବୁ ଆଇନଗତ ମାମଲା କମ୍ପାନିକୁ ସଙ୍କଟାପନ୍ନ ମଧ୍ୟକୁ ଠେଲିଦେଇଛି ।
ପଞ୍ଜାବର ମୋହାଲିଠାରେ ରିତେଶ ଅଗ୍ରଓ୍ଵାଲ ଓ ଓୟୋର ଲକଜୁରୀ ବ୍ରାଣ୍ଡ ୱେଡ୍ଡିଙ୍ଗ ସ ର ମୁଖ୍ୟ ସଂଦୀପ ଲୋଧାଙ୍କ ବିରୁଦ୍ଧରେ ଏକ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜ୍ଜୁ ହୋଇଛି । ଚଣ୍ଡିଗଡ଼ର ଜଣେ ବିକାଶ ଗୁପ୍ତା ନାମକ ଜଣେ ବ୍ୟବସାୟୀ କମ୍ପାନି ବିରୁଦ୍ଧରେ ଏହି ମାମଲା ରୁଜ୍ଜୁ କରିଛନ୍ତି । ନିଜର ଏଫଆଇଆରରେ ସେ ଅଭିଯୋଗ କରିଛନ୍ତି ଯେ ଓୟୋ ମୁଖ୍ୟ ରିତେଶ ଓ ସଂଦୀପ ତାଙ୍କ ସହ ଚଞ୍ଚକତା କରି ଏକ ଚୁକ୍ତି କରିନେଇଛନ୍ତି । ଏଫଆଇଆର ପରେ ମୋହାଲିର ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଓୟୋ କମ୍ପାନି ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା