Masthead

ନାଆଟି ସିନା ପୁର୍ଣିମା ହେଲେ ଜୀବନ ତାଙ୍କର ଅନ୍ଧକାର ମୟ

ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ସରକାର କହିଲେ ଦୁର ହେଲା ୭ ଦଶନ୍ଦିର ଜଳ ବନ୍ଦି ଜୀବନ ଆଉ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ବି ବଦଳି ନାହି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର । ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ………………

ନାମକୁ ମାତ୍ର ପଞ୍ଚାୟତ ହେଲେ ଏଠାରେ ସରକାରି କାର୍ଯ୍ୟାଳୟ ନାହି କି କୌଣସି ସରକାରି ଅଧିକାରି ମଧ୍ୟ କେବେ ଏଠାକୁ ଆସନ୍ତି ନାହି । ଲୋକଙ୍କୁ ଅନ୍ୟତ୍ର ଯିବାକୁ ପଡେ ନିଜର ମୌଳିକ ସୁବିଧା ପାଇବା ଲାଗି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ରାଲେଗାଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଅଜବ ବ୍ୟବସ୍ତା । ଜନ ସଂପର୍କ କରିବା ସହ ଲୋକଙ୍କ ସମସ୍ୟା ବୁଝିବା ଲାଗି ଗ୍ରାଉଣ୍ଡ ଜିରୋରେ ବଡ ଖବର ପହଞ୍ଚିଲା ବେଳକୁ ଏମିତି କିଛି ଦୃଶ୍ୟ ଆସିଥିଲା ଆମ ନଜରକୁ । ଲୋକଙ୍କୁ ବର୍ଷ ବର୍ଷ ଧରି ମିଳୁନାହି ବିକଳାଙ୍ଗ ଭତ୍ତା । ସେମାନଙ୍କ ଭିତରୁ ପୁର୍ଣିମା ଖରା ନାମକ ଏହି ମହିଳା ହେଉଛନ୍ତି ଜଣେ । ଯିଏ ଭତ୍ତା ପାଇଁ ଦିର୍ଘ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ହେଲେ ତାଙ୍କର ଆଧାର କାର୍ଡ ନଥିବା ଯୋଗୁଁ ଭତ୍ତା ପାଇ ପାରୁ ନାହାନ୍ତି ।

ନାଆଟି ସିନା ପୁର୍ଣିମା ହେଲେ ଜିବନ ତାଙ୍କର ଅନ୍ଧକାର ମୟ । କାରଣ ଜନ୍ମରୁ କଥା କହିପାରୁ ନଥିବା ଓ ହାତ ନଥିବା ଏହି ଆଦିବାସି ମହିଳା ନିଜର ଦୁଖ୍ଃ ଜଣାଇବେ କାହାକୁ । କେବେ ବି କୌଣସି ସରକାରି ବାବୁ ତାଙ୍କ ନିକଟରେ ପହଞ୍ଚି ନଥିବା ବେଳେ ପ୍ରଥମ ଥର ଲାଗି ପୁର୍ଣିମାଙ୍କ ନିକଟରେ ପହଞ୍ଚିଲା ଥିଲା ବଡ ଖବର । ଆମେ କେବଳ ତାଙ୍କର ସମସ୍ୟା ପଚାରି ବୁଝି ନଥିଲୁ ଏହାକୁ ନେଇ ଆମେ ଜିଲ୍ଲାପାଳଙ୍କ ପାଖରେ ମଧ୍ୟ ପହଞ୍ଚିଥିଲୁ । ଜିଲ୍ଲାପାଳ ଆମ ଠାରୁ ଏହା ଜାଣିବା ପରେ ବଡ ଖବରକୁ ଧନ୍ୟବାଦ ଦେବା ସହ ଖୁବ ଶିଘ୍ର ସହାୟତା ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଛନ୍ତି ।

କେବଳ ପୁର୍ଣିମା ନୁହନ୍ତି ତାଙ୍କ ପରି ସମସ୍ତ ଅସହାୟ ଲୋକଙ୍କ ପାଖରେ ପହଞ୍ଚିବ ବଡ ଖବର ଆଉ ସେମାନଙ୍କୁ ସରକାରି ସୁବିଧା ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବଡ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI