Masthead

ଶବ ନଥାଇ ଶବଦାହ

ଆସିକା, (ବଡ଼ ଖବର ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଗହଙ୍ଗୁ ଗାଁରେ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ସେହି ଗାଁର ସୀମାଞ୍ଚଳ ପରିଡାଙ୍କ ଘର କାନ୍ଦବୋବାଳିରେ ଫାଟିପଡୁଥିବା ବେଳେ ଦାଣ୍ଡଦୁଆରେ ତିଆରି ହେଉଥିଲା କୋକେଇ । ମାଲଭାଇମାନେ ମଧ୍ୟ ଠିଆ ହୋଇଥିଲେ । କୋକେଇରେ ଶବ ମଶାଣିକୁ ଯିବା ବଦଳରେ ଯାଇଥିଲା ନଡ଼ାପାଳରେ ତିଆରି ହୋଇଥିବା ଶବ । ଘୋଡା ଯାଇଥିଲା ଧଳାଲୁଗା । ମାଲଭାଇମାନେ କୋକେଇକୁ କାନ୍ଧରେ ବୋହି ନେବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ଲୋକେ ମଶାଣି ପର୍ଯ୍ୟନ୍ତ କାନ୍ଦି କାନ୍ଦି କୋକେଇ ପଛରେ ଯାଇଥିଲେ । ବିଧିବିଧାନ ଅନୁସାରେ ମଶାଣିରେ ଏହାକୁ ଦାହ କରାଯାଇଥିଲା । ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ାଙ୍କ ସମ୍ପର୍କରେ ଏଯାଏଁ କୌଣସି ଠିକ୍ ସୂଚନା ମିଳିପାରିନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଫଳରେ ପୁଅ ଫେରିବା ବାଟକୁ ଚାହିଁ ରହିଥିବା ପରିବାର ଲୋକେ ଶେଷରେ ପାଳକୁ ପ୍ରତୀକ ରୂପେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର କରିଛନ୍ତି।

ସୀମାଞ୍ଚଳ ପରିଡା । ବାପା- ମାଙ୍କର ଛଅ ଝିଅରେ ଏକମାତ୍ର ପୁଅ । ସ୍ତ୍ରୀ ପ୍ରେମଲତା, ସାତବର୍ଷର ପୁଅ ପ୍ରେମାନନ୍ଦ ଓ ଚାରିବର୍ଷର ଝିଅ ମନୀଷା ଓ ବାପା-ମାଙ୍କୁ ନେଇ ତାଙ୍କ ସଂସାର । କୋଲକତାରେ ସୀମାଞ୍ଚଳ ସାଇଡ ଇଞ୍ଜିନିୟର ଭାବେ କାମ କରୁଥିଲେ । ୬ ତାରିଖରେ ସେ ଭୁବନେଶ୍ୱର ଜରୁରୀ କାମରେ ଆସିଥିଲେ । କାମ ସାରି ତାଙ୍କର ଭୁବନେଶ୍ୱର ଫେରିଯିବାର ଥିଲା । କିନ୍ତୁ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ସେ ନିଖେଜ ଥିଲେ । ପରିବାର ଲୋକେ ଖବର ପାଇ କ୍ୟାପିଟାଲ ହସ୍ପିଟାଲ ଓ କଟକ ବଡ଼ ମେଡିକାଲ ଖୋଜିଥିଲେ । ମାତ୍ର ସୀମାଞ୍ଚଳଙ୍କୁ ପାଇ ନ ଥିଲେ । ବିସ୍ଫୋରଣ ସ୍ଥଳରେ ମିଳିଥିଲା ସୀମାଞ୍ଚଳଙ୍କ ପ୍ୟାନକାର୍ଡ ଓ ପର୍ସ । ସୀମାଞ୍ଚଳଙ୍କ ଶବ ନ ମିଳିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ ।
ବିସ୍ଫୋରଣ ପରଠାରୁ ସୀମାଞ୍ଚଳ ପରିଡାଙ୍କ ଖୋଜଖବର ମିଳୁନି। ସେ ଏବେ ମୃତ କି ଜୀବିତ ସେ ନେଇ ସରକାରୀ ସୁତ୍ରରୁ ସ୍ପଷ୍ଟ କରାଯାଇନି। ପୂର୍ବରୁ ବିସ୍ଫୋରଣରେ ମୃତ ଗଞ୍ଜାମ ଜିଲ୍ଲା ରଘୁନାଥନଗରର ଜଣେ ବ୍ୟକ୍ତିଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା। ହେଲେ ସୀମାଞ୍ଚଳଙ୍କ ଖବର ନ ମିଳିବାରୁ ପରିବାର ଲୋକେ ତାଙ୍କ ପୁଅର ପ୍ରତୀକ ସଂସ୍କାର କରିଛନ୍ତି। ଏଭଳି ଢଙ୍ଗରେ ଅନ୍ତିମ ସଂସ୍କାର କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

 

ସୂଚନା ଅନୁସାରେ , ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୁଲିସ୍‌ର ସାଇନ୍ଟିଫିକ୍ ଟିମ୍ । ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ୍ ପୁଲିସ୍‌ । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପୂର୍ବରୁ ସେଠାରେ ୪ ଜଣ କାମ କରୁଥିଲେ। ଏହି ପ୍ରାଣଘାତୀ ବିସ୍ଫୋରଣରେ କଟକ ଏସ୍‌ସିବିରେ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି। ଜଣେ ନିଖୋଜ ଥିବା ପୁଲିସ୍‌ ସ୍ୱୀକାର କରୁଥିବା ବେଳେ ତାଙ୍କର କିଛି ଖୋଜଖବର ମିଳି ପାରିନି । ରୋଜଗାରିଆ କୁଅକୁ ହରାଇ ବୃଦ୍ଧ ବାପା-ମା ଭାଙ୍ଗିପଡିଛନ୍ତି । ପିଲାମାନେ କିପରି ମଣିଷ ହେବେ ସେହି ଚିନ୍ତା ଏବେ ପ୍ରେମଲତାଙ୍କୁ ଘାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା