Masthead

ବଡ଼ବିଲ:ହାଇଭା ଟ୍ରକ ଚୋରୀ ଘଟଣା : ୩ଗିରଫ, ଇଞ୍ଜିନ ସହ ୨ଫେରାର

ବଡ଼ବିଲ: ହାଇଭା ଟ୍ରକ ଚୋରୀର ୧୪ ଦିନ ପରେ ଟାଟାନଗରରୁ ଖଣ୍ଡଖଣ୍ଡ ହୋଇ ମଳିଲା ବିଭିନ୍ନ ପାର୍ଟସ୍ । ୩ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ୍ । ଅନ୍ୟ ୨ ଅଭିଯୁକ୍ତ ଇଂଜିନ୍ ନେଇ ଫେରାର୍ ଥିବା ପୋଲିସ ର ସୂଚନା ।

ଏକ ହାଇଭା ଟ୍ରକ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ବଡବିଲ ପୋଲିସ । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଝାଡଖଣ୍ଡରୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ଝାଡଖଣ୍ଡ ରାଜ୍ୟ ମଂଝାରୀ ଥାନା ଅନ୍ତର୍ଗତ କାଇକଳା ଖେଡିଆ ନଗର ଅଂଚଳର ଦେଶୁଆ ଓରଫ ସାଗର ଓରଫ ପୋଲିସ୍ ଗୋପ୍‌, ହାଟଗମ୍ଭାରିଆ ଥାନା ଜୟପୁର ଗ୍ରାମର ପଙ୍କଜ ଓରଫ୍ ପମି ଗାଗରାଇ ଏବଂ ଏମଜିଏମ ଥାନା ବାଲିଗୁମା ଗ୍ରାମର ରଂଜନ ପଣ୍ଡିତ୍ ।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ପିଏଚଡି ଇଣ୍ଡୋର ଷ୍ଟାଡିୟମ ନିକଟରେ ଛିଡା ହୋଇଥିବା ବିଜୟ କୁମାର ଧଳଙ୍କ ଓଆର ୦୫ ଏସି ୫୬୯୩ ନମ୍ବର ହାଇଭା ଟ୍ରକ ଚୋରୀ ହୋଇଥିବା ନେଇ ବଡବିଲ ଥାନାରେ ଅଭିଯୋଗ ହୋଇଥିଲା । ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ୧୪ ଦିନ ପରେ ପୋଲିସ ହାଇଭାର ସନ୍ଧାନ ପାଇଲା ବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଗାଡ଼ିକୁ ଖଣ୍ଡଖଣ୍ଡ କରି କାଟିଦେଇଥିଲେ ଅଭିଯୁକ୍ତ । ଝାଡଖଣ୍ଡ ଟାଟାନଗର ସ୍ଥିତ ଡିମ୍‌ନା ଅଂଚଳରେ ଥିବା ଏକ ଗ୍ୟାରେଜରେ ଅଭିଯୁକ୍ତ ରଞ୍ଜନ ପଣ୍ଡିତ ଗ୍ୟାସ କଟର ସାହାଯ୍ୟରେ ଖଣ୍ଡଖଣ୍ଡ କରି କାଟିଦେଇଥିଲେ । ପୋଲିସ ହାଇଭାର ଚେସିସ୍ ସମେତ ବିଭିନ୍ନ ଭଗ୍ନ ଅଂଶକୁ ଜବତ କରି ବଡ଼ବିଲ ଆଣିଥିଲା ବେଳେ ହାଇଭା ଟ୍ରକର ଇଞ୍ଜିନକୁ ନେଇ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ