Masthead

ବଡ଼ବିଲ:ହାଇଭା ଟ୍ରକ ଚୋରୀ ଘଟଣା : ୩ଗିରଫ, ଇଞ୍ଜିନ ସହ ୨ଫେରାର

ବଡ଼ବିଲ: ହାଇଭା ଟ୍ରକ ଚୋରୀର ୧୪ ଦିନ ପରେ ଟାଟାନଗରରୁ ଖଣ୍ଡଖଣ୍ଡ ହୋଇ ମଳିଲା ବିଭିନ୍ନ ପାର୍ଟସ୍ । ୩ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ୍ । ଅନ୍ୟ ୨ ଅଭିଯୁକ୍ତ ଇଂଜିନ୍ ନେଇ ଫେରାର୍ ଥିବା ପୋଲିସ ର ସୂଚନା ।

ଏକ ହାଇଭା ଟ୍ରକ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ବଡବିଲ ପୋଲିସ । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଝାଡଖଣ୍ଡରୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ଝାଡଖଣ୍ଡ ରାଜ୍ୟ ମଂଝାରୀ ଥାନା ଅନ୍ତର୍ଗତ କାଇକଳା ଖେଡିଆ ନଗର ଅଂଚଳର ଦେଶୁଆ ଓରଫ ସାଗର ଓରଫ ପୋଲିସ୍ ଗୋପ୍‌, ହାଟଗମ୍ଭାରିଆ ଥାନା ଜୟପୁର ଗ୍ରାମର ପଙ୍କଜ ଓରଫ୍ ପମି ଗାଗରାଇ ଏବଂ ଏମଜିଏମ ଥାନା ବାଲିଗୁମା ଗ୍ରାମର ରଂଜନ ପଣ୍ଡିତ୍ ।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ପିଏଚଡି ଇଣ୍ଡୋର ଷ୍ଟାଡିୟମ ନିକଟରେ ଛିଡା ହୋଇଥିବା ବିଜୟ କୁମାର ଧଳଙ୍କ ଓଆର ୦୫ ଏସି ୫୬୯୩ ନମ୍ବର ହାଇଭା ଟ୍ରକ ଚୋରୀ ହୋଇଥିବା ନେଇ ବଡବିଲ ଥାନାରେ ଅଭିଯୋଗ ହୋଇଥିଲା । ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ୧୪ ଦିନ ପରେ ପୋଲିସ ହାଇଭାର ସନ୍ଧାନ ପାଇଲା ବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଗାଡ଼ିକୁ ଖଣ୍ଡଖଣ୍ଡ କରି କାଟିଦେଇଥିଲେ ଅଭିଯୁକ୍ତ । ଝାଡଖଣ୍ଡ ଟାଟାନଗର ସ୍ଥିତ ଡିମ୍‌ନା ଅଂଚଳରେ ଥିବା ଏକ ଗ୍ୟାରେଜରେ ଅଭିଯୁକ୍ତ ରଞ୍ଜନ ପଣ୍ଡିତ ଗ୍ୟାସ କଟର ସାହାଯ୍ୟରେ ଖଣ୍ଡଖଣ୍ଡ କରି କାଟିଦେଇଥିଲେ । ପୋଲିସ ହାଇଭାର ଚେସିସ୍ ସମେତ ବିଭିନ୍ନ ଭଗ୍ନ ଅଂଶକୁ ଜବତ କରି ବଡ଼ବିଲ ଆଣିଥିଲା ବେଳେ ହାଇଭା ଟ୍ରକର ଇଞ୍ଜିନକୁ ନେଇ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା