ବନ ବିଭାଗ ଅଧିକାରୀଙ୍କ ଦାଦାଗିରି

ଢେଙ୍କାନାଳ: ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ଅଫିସରଙ୍କ ଦାଦାଗିରି। ଲାଞ୍ଚ ନେଲେ,ଜିନିଷ ବି ଜବତ କଲେ।ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ବଣସିଂହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁଇଁପୁର ଛକରେ ଥିବା ବାବା ଆଖଣ୍ଡଳମଣି ଫର୍ଣିଚର ର ମାଲିକ୍ ରମଣୀ ରଂଜନ ମହାରଣାଙ୍କ ସହିତ।
ଅଭିଯୋଗ ଅନୁଯାୟୀ ସେପ୍ଟେମ୍ବର ୯ ତାରିଖ ଦିନ ଷଡ଼ଙ୍ଗୀ ଡେପୁଟି ରେଞ୍ଜ ଅଫିସର ଗୌତମ ପ୍ରଧାନ ଅନ୍ୟ ବନ କର୍ମଚାରୀଙ୍କ ସହିତ ରମଣିଙ୍କ ଦୋକାନରେ ପହଞ୍ଚି ଆବଶ୍ୟକ କାଗଜପତ୍ର ଦେଖାଇବାକୁ କହିଥିଲେ।ଦେଖାଇଲା ପରେ ବି ଗୋଟିଏ ଗାଡ଼ି ଡାକି ୩୦ ସିଫ୍ଟ କାଠ,ବହୁ ଅର୍ଦ୍ଧ ନିର୍ମିତ କାଠ ଜିନିଷ ନେବା ସହିତ ପଚାଶ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ କେସ ଦେବାର ଧମକ ଦେଇଥିଲେ।ରମଣୀ ରଂଜନ ମହାରଣା ପଚିଶ ହଜାର ଟଙ୍କା ଯୋଗାଡ କରି ଦେଇଥିଲେ,ଯାହାକି ସେଠାରେ ଲାଗିଥିବା ସିସିଟିଭି ରେ କଏଦ ମଧ୍ୟ ହୋଇଥିଲା।ଟଙ୍କା ଦେବା ପରେ ମଧ୍ୟ ଜବତ ଜିନିଷ ର କୌଣସି ହିସାବ ନଦେଇ ରମଣୀ ରଂଜନ ଚାଲାଣ ମାଗିବାରୁ ପରଦିନ ଅଫିସ୍ ଆସିବା ପାଇଁ ରେଞ୍ଜର କହିଥିଲେ।ପରଦିନ ଯାଇଥିଲେ ମଧ୍ୟ କୌଣସି କାଗଜପତ୍ର ନଦେଇ ଚୁପ୍ ରହିବା ପାଇଁ ଅଫିସରେ କହିଥିଲେ।ତେଣୁ ବାଧ୍ୟ ହୋଇ ଆଜି ରମଣୀ ରଂଜନ ମହାରଣା ତରଭା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହିତ ତାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ