Masthead

୫୬ ବର୍ଷରେ କିଙ୍ଗ୍ ଖାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ ଆଜି ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଏହି ବିଶେଷ ଦିନରେ ସବୁ ବର୍ଷ ପରି ଏଥର ମଧ୍ୟ ମନ୍ନତ ବାହାରେ ତାଙ୍କର ଅନେକ ଫ୍ୟାନ୍ସ ଦେଖିବାକୁ ମିଳିଛନ୍ତି । ରାତି ୧୨ଟା ଠାରୁ ବଙ୍ଗଳା ବାହାରେ ପ୍ରଶଂସକଙ୍କ ଏକ ସମାବେଶ ହୋଇଛି ଏବଂ ସେମାନେ ଶାହାରୁଖ ଖାନଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ୫୬ ବର୍ଷୀୟ ଶାହାରୁଖ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ନିଜ ଫାଟକରୁ ବାହାରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଦିଅନ୍ତି। ତେଣୁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିଲେ ଯେ, କେତେବେଳେ ଶାହାରୁଖ ବାହାରକୁ ଆସିବେ ଏବଂ ନିଜର ଏକ ଝଲକ ଦେବେ।
ଶାହାରୁଖଙ୍କ ଏତେ ସଂଖ୍ୟାରେ ଫ୍ୟାନ୍ସଙ୍କ ଭିଡକୁ ଦେଖି ମନ୍ନତ ବାହାରେ ପୋଲିସ୍ ଫୋର୍ସ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହା ଛଡା ସୋସିଆଲ ମିଡିଆରେ ବି ଆଜି ଶାହାରୁଖଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି । ଅନେକ ସ୍ଥାନରେ ଶାହାରୁଖଙ୍କ ଫ୍ୟାନ୍ସମାନେ କେକ୍ କାଟି ତାଙ୍କ ଜନ୍ମଦିନ ସେଲିବ୍ରେଟ୍ କରିଥିବା ଦେଖିବାକୁ ମିଳିଛି । ତେବେ ଶାହାରୁଖ ଜନ୍ମଦିନରେ ତାଙ୍କ ବଙ୍ଗଳା ମନ୍ନତକୁ ରଙ୍ଗୀନ ଆଲୋକରେ ସଜାଯାଇଛି। ବଲିଉଡର ଅନେକ ଷ୍ଟାରମାନଙ୍କ ଦ୍ୱାରା ଗୋଟିଏ ଦିନ ପୂର୍ବରୁ ଅଭିନେତାଙ୍କ ପାଇଁ କେକ୍, ପୁଷ୍ପଗୁଚ୍ଛ ଏବଂ ଉପହାର ପଠାଯାଇଛି। ସୋମବାର ଦିନ ତାଙ୍କ ବଙ୍ଗଳା ମନ୍ନତ ବାହାରେ କେହି ନା କେହି ସେଲିବ୍ରିଟି ଉପହାର ଏବଂ ପୁଷ୍ପଗୁଚ୍ଛ ନେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଖାନ ପରିବାର ପାଇଁ ଗତ କିଛି ସମୟ କଷ୍ଟସାଧ୍ୟ ହୋଇଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ୟ୍ୟନ୍ ଖାନ ଗିରଫ ହେବା ପରେ ତାଙ୍କୁ ଜାମିନ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଦୀପାବଳି ପୂର୍ବରୁ ଆର୍ୟ୍ୟନ୍ ଜାମିନ ପାଇବେ କି ନାହିଁ ତାହା ମଧ୍ୟ ଆଲୋଚନା କରାଯାଇଥିଲା, କିନ୍ତୁ ତାଙ୍କୁ ଠିକ୍ ସମୟରେ ମୁକ୍ତ କରାଯାଇଛି ଏବଂ ବର୍ତ୍ତମାନ ଆର୍ୟ୍ୟନ ପରିବାର ସହିତ ଏହି ପର୍ବ ପାଳନ କରିବେ। ଏହାପୂର୍ବରୁ ଶାହାରୁଖ ଖାନଙ୍କ ଜନ୍ମଦିନ ମଧ୍ୟ ରହିଛି, ତେଣୁ ଏହା ଦ୍ୱିଗୁଣ ସୁଖ ଆଣିଦେଇଛି। ସୂଚନା ଅନୁଯାୟୀ, ଶାହାରୁଖ ଏହି ଅବସରରେ କୌଣସି ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ ନାହିଁ ଏବଂ ପରିବାର ସହିତ ଜନ୍ମଦିନ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ