Masthead

ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ ଦେଵାଳିଆ !

ଋଣ ସୁଝିବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଲଣ୍ଡନ କୋର୍ଟକୁ ଦେଲେ ବୟାନ୍ । କହିଲେ ସବୁସୁନା ବିକି ମିଳିଥିଲା ପ୍ରାୟ ୧୦ କୋଟି, ଏବେ ହାତ ଖାଲିି ।ଋଣ ସୁଝିବାକୁ ଓକିଲ ଫିସ୍ ଦେବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଲଣ୍ଡନ କୋର୍ଟଂକୁ ଏପରି ଚକିତ କରିଦେଲା ପରି ବୟାନ୍ ଦେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ। ଲଣ୍ଡନ କୋର୍ଟରେ ସେ କହିଛନ୍ତି ତାଙ୍କ ନିକଟରେ ଥିବା ସମସ୍ତ ସୁନା ଗହଣା ସେ ବିକ୍ରି କରିଦେଇଛନ୍ତି । କେବଳ ଋଣ ସୁଝିବାକୁ ଓ ଆଇନଗତ ଲଢେଇରେ ଓକିଲଙ୍କ ଟଙ୍କା ଦେବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି ।
ଏହାକୁ ବିକ୍ରି କରିବା ପରେ ତାଙ୍କୁ ଏଥିରୁ ପ୍ରାୟ ୧୦ କୋଟି ଟଙ୍କା ମିଳିଥିଲା । ହେଲେ ଏବେ ତାଙ୍କ ହାତ ଖାଲି । ପାଖରେ କିଛି ବି ନାହିଁ । ଗୋଟିଏ କାରକୁ ବାଦଦେଲେ ପାଖରେ ନାହିଁ କୌଣସି ସମ୍ପତି ନାହିଁ । ଗତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଅନୀଲ ଆମ୍ବାନୀ ଏହି ସୁନା ବିକ୍ରି କରିଦେଇଥିଲେ । ଏବେ ସେ କେବଳ ଏକ ସାଧାରଣ ଜୀବନ ଜିଉଁଛନ୍ତି । ଲଣ୍ଡନ କୋର୍ଟରେ ବର୍ତମାନ ଅନୀଲ ଆମ୍ଵାନୀ କହିଛନ୍ତି ସାରା ବିଶ୍ୱରେ ତାଙ୍କର ଆଉ କୌଣସି ସ୍ଥାନରେ ସମ୍ପତି ନାହିଁ । ଚୀନ୍ ବ୍ୟାଙ୍କର ଋଣ ଖିଲାପି ମାମଲାରେ ଲଣ୍ଡନ କୋର୍ଟରେ ଭିଡିଓ କନଫରେସିଙ୍ଗ ଜରିଆରେ ହାଜର ହୋଇ ଏପରି ବୟାନ୍ ରଖିଛନ୍ତି ଅନୀଲ । କୋର୍ଟଙ୍କ ଏକ ପ୍ରଶ୍ନରେ ନିଜ କ୍ରଡିଟ କାର୍ଡରେ ତାଙ୍କ ମା ବିଦେଶରେ ସପିଂ କରିଥିଵା ନେଇ କହିଛନ୍ତି । ସେହିପରି ନିଜ ଘରର ଵକେୟା ଵିଲ୍ ପ୍ରାୟ ୬୧ ଲକ୍ଷ ଟଙ୍କା ଦେଇନଥିଵା କହିଛନ୍ତି ଅନୀଲ ।
ଭାରତର ଏହି ବିଜନେସ୍ ଟାଇକୁନ୍ ଏବେ ଦେବାଳିଆ ସ୍ଥିତିରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା