Masthead

ଟିକାକରଣରେ ଭାରତର ସଫଳତା ହେଉଛି କେନ୍ଦ୍ରର ଆଉ ଗୋଟିଏ ମିଛ: ସଞ୍ଜୟ ରାଉତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କିଛି ଦିନ ପୂର୍ବରୁ ଭାରତ ୧୦୦ କୋଟି ଟିକାକରଣ କ୍ଲବରେ ପହଞ୍ଚିଛି । ଏନେଇ ଦେଶ ଠାରୁ ଆରମ୍ଭ କରି ବିଦେଶ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଜୋର ଧରିଥିଲା । ଏପରକି ଅନେକ ଦେଶ ଭାରତକୁ ଏହି ଉପଲବ୍ଧୀ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଥିବାର ଦେଖିବାକୁ ମିଳିଥିଲା । ହେଲେ ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ବୟାନ ଦେଇଛନ୍ତି । ତେବେ କେନ୍ଦ୍ରସରକାରଙ୍କ ୧୦୦ କୋଟି ଟିକାକରଣ ଦାବି ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଅଟେ । ଏହାର ପ୍ରମାଣ ମଧ୍ୟ ଅଛି ବୋଲି ସଞ୍ଜୟ ରାଉତ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏପର୍ଯ୍ୟନ୍ତ ଯୋଗ୍ୟ ନାଗରିକମାନଙ୍କୁ ୨୩ କୋଟିରୁ ଅଧିକ ଡୋଜ ଦିଆଯାଇ ନାହିଁ ।

ସେପଟେ ଭାରତ ୨୧ ଅଗଷ୍ଟରେ ୧୦୦ କୋଟି ଟିକାକରଣ କରିବାରେ ସଫଳ ହୋଇଥିଲା । ଅନ୍ୟପଟେ କେନ୍ଦ୍ରସରକାର କେତେ ମିଛି କୁହନ୍ତି ତାହା ସାରା ଦେଶ ଜାଣିଛି । କାହିଁକିନା ଗତ ଦୁଇ ଦିନ ମଧ୍ୟରେ ୨୦ ଜଣ ହିନ୍ଦୁ ଏବଂ ଶିଖଙ୍କୁ ହତ୍ୟା କରାଯାଇଥିଲା । ୧୭ରୁ ୧୮ ଜଣ ସୈନିକ ଶହିଦ ହୋଇଥିଲେ । ସେପଟେ ଚୀନ ଅରୁଣାଞ୍ଚଳ ପ୍ରଦେଶ ଏବଂ ଲଦାଖେ ସମସ୍ୟା ସୃଷ୍ଟି କରୁଛି । କିନ୍ତୁ ସାରା ଦେଶକୁ ଭ୍ରମିତ କରିବା ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟିକାକରଣ କରିବାର ମିଥ୍ୟା ଦିବସ ପାଳନ କରିଥିଲେ ବୋଲି ସଞ୍ଜୟ ରାଉତ ନାଶିକରେ ଏକ ପାର୍ଟି ସଭାକୁ ସମ୍ବୋଧିତ କରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ