Masthead

ବେଆଇନ ଭାବେ ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ କୁ ଅଟକାଇଲେ ସରପଞ୍ଚ।

ସୋର : ବେଆଇନ ଭାବେ ପ୍ରବାସୀ ଶ୍ରମିକଙ୍କୁ ତାମିଲନାଡୁ ନେଇ ଯାଉଥିବା ବସ୍ କୁ ଅଟକାଇଲେ ସରପଞ୍ଚ ତ୍ରିଲୋଚନ ପାଣିଗ୍ରାହୀ ।
ତାମିଲନାଡୁର ଏକ ଘରୋଇ ବସ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ପାଖର ଅତିକ୍ରମ କରୁଥିବା ବେଳେ  ବସ୍ ଟିକୁ ଅଟକ ରଖି ପଚରା ଉଚରା କରିବାରୁ ସୋର ଥାନା ଟେଣ୍ଟେଇରୁ ୫ଜଣ, ବାସୁଦେବପୁର ଥାନା ମନ୍ଦାରିରୁ ୧୨ ଜଣ ଓ ବିହାର ରୁ ୪୨ଜଣ ଶ୍ରମିକ ନେଇ ତାମିଲନାଡୁ ଅଭିମୁଖେ ଯାଉଥିବା ବେଳେ ସରପଞ୍ଚ୍ ବସ୍ ଟିକୁ ଅଟକାଇ ତା’ର କାଗଜ ପତ୍ର ଯାଞ୍ଚ କରିଥିଲେ । ତେବେ ୩୦ ଜଣ ଶ୍ରମିକଙ୍କ ନାମରେ ତାମିଲନାଡୁ ସରକାରଙ୍କ ଇ-ପାସ ଥିବା ବସ୍ ରେ ୩୦ରୁ ଉର୍ଦ୍ଧ୍ବ ଶ୍ରମିକ ଥଲେ ମାତ୍ର ଯାଞ୍ଚ କରିବାରୁ ସେମାନଙ୍କ ମଧ୍ୟରୁ ୫ ଜଣ ଶ୍ରମିକଙ୍କ ନାମରେ ଥିବା ପାସ ସଠିକ୍ ବୋଲି ଜଣାପଡିଥିଲା । ତେବେ ସରପଞ୍ଚ୍ ଶ୍ରି ପାଣିଗ୍ରାହୀ ବସ୍ ଟିକୁ ଅଟକ ରଖି ଶ୍ରମ ଅଧିକାରୀଙ୍କୁ ଖବର କରିଥିବା ବେଳେ କୌଣସି ଅଧିକାରୀ ଏ ପର୍ଯ୍ୟନ୍ତ ପହଞ୍ଚି ନଥିବା ଜଣାପଡିଛି । ତେବେ କିଛି ଦିନ ତଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ଏକ ବସ୍ ଦୁର୍ଘଟଣା ହେବା ପରେ ରାଜ୍ୟ ସରକାର ଅକଳରେ ପଡିଥିବା ବେଳେ ଏଭଳି ବେଆଇନ ଭାବେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ରେ ଶ୍ରମିକ କେତେ ସୁରକ୍ଷିତ ସାଧରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ