Masthead

ବେଆଇନ ଭାବେ ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ କୁ ଅଟକାଇଲେ ସରପଞ୍ଚ।

ସୋର : ବେଆଇନ ଭାବେ ପ୍ରବାସୀ ଶ୍ରମିକଙ୍କୁ ତାମିଲନାଡୁ ନେଇ ଯାଉଥିବା ବସ୍ କୁ ଅଟକାଇଲେ ସରପଞ୍ଚ ତ୍ରିଲୋଚନ ପାଣିଗ୍ରାହୀ ।
ତାମିଲନାଡୁର ଏକ ଘରୋଇ ବସ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ପାଖର ଅତିକ୍ରମ କରୁଥିବା ବେଳେ  ବସ୍ ଟିକୁ ଅଟକ ରଖି ପଚରା ଉଚରା କରିବାରୁ ସୋର ଥାନା ଟେଣ୍ଟେଇରୁ ୫ଜଣ, ବାସୁଦେବପୁର ଥାନା ମନ୍ଦାରିରୁ ୧୨ ଜଣ ଓ ବିହାର ରୁ ୪୨ଜଣ ଶ୍ରମିକ ନେଇ ତାମିଲନାଡୁ ଅଭିମୁଖେ ଯାଉଥିବା ବେଳେ ସରପଞ୍ଚ୍ ବସ୍ ଟିକୁ ଅଟକାଇ ତା’ର କାଗଜ ପତ୍ର ଯାଞ୍ଚ କରିଥିଲେ । ତେବେ ୩୦ ଜଣ ଶ୍ରମିକଙ୍କ ନାମରେ ତାମିଲନାଡୁ ସରକାରଙ୍କ ଇ-ପାସ ଥିବା ବସ୍ ରେ ୩୦ରୁ ଉର୍ଦ୍ଧ୍ବ ଶ୍ରମିକ ଥଲେ ମାତ୍ର ଯାଞ୍ଚ କରିବାରୁ ସେମାନଙ୍କ ମଧ୍ୟରୁ ୫ ଜଣ ଶ୍ରମିକଙ୍କ ନାମରେ ଥିବା ପାସ ସଠିକ୍ ବୋଲି ଜଣାପଡିଥିଲା । ତେବେ ସରପଞ୍ଚ୍ ଶ୍ରି ପାଣିଗ୍ରାହୀ ବସ୍ ଟିକୁ ଅଟକ ରଖି ଶ୍ରମ ଅଧିକାରୀଙ୍କୁ ଖବର କରିଥିବା ବେଳେ କୌଣସି ଅଧିକାରୀ ଏ ପର୍ଯ୍ୟନ୍ତ ପହଞ୍ଚି ନଥିବା ଜଣାପଡିଛି । ତେବେ କିଛି ଦିନ ତଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ଏକ ବସ୍ ଦୁର୍ଘଟଣା ହେବା ପରେ ରାଜ୍ୟ ସରକାର ଅକଳରେ ପଡିଥିବା ବେଳେ ଏଭଳି ବେଆଇନ ଭାବେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ରେ ଶ୍ରମିକ କେତେ ସୁରକ୍ଷିତ ସାଧରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା