Before Header

ମୋବାଇଲ ହେଲା କାଳ, ସାଙ୍ଗ ନେଲା ସାଙ୍ଗର ଜୀବନ

0 102

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଣକାସାହି ଗାଁରେ ଦୁଇ ଦିନ ତଳେ ନିଖୋଜ ଥିବା ଯୁବକର ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦବାଲି ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହିର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସ , ଵୟସ ୨୨ ବର୍ଷ । ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ସାଙ୍ଗ ମାନଙ୍କ ସହିତ ମୋବାଇଲରେ ଗେମ ଖେଳୁଥିଲେ, ରାତିପ୍ରାୟ ୮ଟା ସମୟ ଠାରୁ ସେ ନିଖୋଜ ହୋଇଯାଇଥିଲେ ।

ବହୁ ଖୋଜାଖୋଜି ପରେ ସୁକାନ୍ତଙ୍କ ପତା ନ ମିଳିବାରୁ ପରିବାର ଲୋକେ ଶନିବାର ଦିନ ଚନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଚନ୍ଦବାଲି ଆଇ ଆଇ ସି ପଞ୍ଚାନନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ମୋବାଇଲ ଟ୍ରାକିଂ କରି ମୋବାଇଲ ସେହି ଗ୍ରାମ ପାଖାପାଖି ଚାଷଜମି ନିକଟରୁ ପାଇଥିଲେ । ଗ୍ରାମ ନିକଟ ସାଳନ୍ଦୀ ନଦୀର ଶାଖା ନଟିଆ ଜୋରରେ ଏକ ଶବ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ।ମୋବାଇଲ ଭଙ୍ଗାକୁ  କେନ୍ଦ୍ରକରି ଅଭିଯୁକ୍ତ ଜୟଦେବ ଦାସ ସାଙ୍ଗ ଶୁକାନ୍ତ ଦାସକୁ ଏକ କାଠ ଫାଳିଆରେ ବାଡେଇ ଜୀବନରୁ ମାରି ପାଖରେ ଥିବା ନଟିଆ ଜୋରରୁ ଫିଙ୍ଗି ଦେଇଥିବା ପୋଲିସ ପାଖରେ ବୟାନ ରଖିଛି। ପୋଲିସ ଅଭିଯୁକ୍ତ ଜୟଦେବ ଦାସକୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.