Masthead

ଭୋକ ସହ ସଙ୍ଘର୍ଷ କରୁଛି ଆଠ ମାସର ଶିଶୁକନ୍ୟା !

ବାପା ମାଆ ବଂଚିଥାଉ ଥାଉ, ଛୁଆ ହୋଇଗଲେ ଅନାଥ ।

କାକଟପୁର : ପୁଣି ପୁରୀ ଜିଲ୍ଲା କାକଟପୁର ରୁ ଆସିଲା ଛାତି ଥରାଇ ଦେବା ଭଳି ଦୃଶ୍ୟ । ତିନୋଟି ଛୋଟ ପୁଅ ସହ ଆଠ ମାସର କୋମଳମତି ଛୋଟ ଝିଅଟିକୁ ବୁଢ଼ୀ ଆଇ ପାଖରେ ଜରୀ ତମ୍ବୁ ତଳେ ଛାଡ଼ିଦେଇ ୪ମାସ ହେବ କେଉଁଆଡେ ଚାଲିଯାଇଛନ୍ତି ବାପା ମା ।
ସୂଚନାଯୋଗ୍ୟ ଯେ କାକଟପୁର ବ୍ଲକ ଓ ସିଡିପିଓ ଅଫିସ ଠାରୁ ୧୦୦ ମିଟର ପାଖ କାକଟପୁର ବ୍ଲକ ପଡିଆ ରେ ବୋଇତିକୁଦ ରୁ ବାସନ୍ଦ ହୋଇଥିବା ଚନ୍ଦ୍ରମଣି ସେଠି ର ପଲିଥିନ କୁଡ଼ିଆ ।
ଯୋଉଠି ନିର୍ଦୟ ବାପା ମା , ଗରିବ ମାମୁଁଘର ଅଜା ଆଇଙ୍କ ପାଖରେ ନିଜର ଚାରି ଚାରି ଟା ଛୁଆଙ୍କୁ ଛାଡ଼ି ପ୍ରାୟ ୪ମାସ ହେବ କେଉଁଆଡେ ଚାଲିଯାଇଛନ୍ତି । ଅଜା ଚନ୍ଦ୍ରମଣି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଓ ତାଙ୍କ ପରିବାର ରେ ଜଣେ ଦିବ୍ୟାଙ୍ଗ ପୁଅ ସହ ଦୁଇଟି ଛୋଟ ଝୀଅ କୁ ନେଇ ଆଠ ଜଣଙ୍କ ସଂସାର ଚଲେଇବା କରୋନା ସମୟରେ ବହୁତ କଷ୍ଟଦାୟକ ହୋଇ ପଡିଛି । ଆଠ ମାସର ଶିଶୁକନ୍ୟା ଖାଉଛି ଭାତ ଚକଟା , ଏହାଠୁ ଦୁର୍ଭାଗ୍ୟ ଜନକ ଆଉ କଣ ହୋଇପାରେ? ସରକାର ଙ୍କ ସବୁ ଯୋଜନା ଏଠି ଫେଲ ମାରିଛି । ଅଂଚଳରେ ଛୁଆ ଜନ୍ମ ହେଇ ଆଠ ମାସ ହେଲାଣି ଆଶା ଅଙ୍ଗନବାଡି ଜାଣିନାହାନ୍ତି ଛୁଆଟେ ଜନ୍ମ ହେଇଛି ବୋଲି ଏ ବାବଦରେ କାକଟପୁର ପଂଚାୟତ ସମିତି ଅଧ୍ୟକ୍ଷା ଙ୍କୁ ପଚାରିବାରୁ ସେ ତୁରନ୍ତ ବିଡ଼ିଓ ଏବଂ ସିଡିପିଓ ଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ସିଡ଼ିପିଓ ଙ୍କ ପ୍ରତିକ୍ରିୟା ମିଳିପାରୀ ନଥିବା ବେଳେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ପିଲା ମାନଙ୍କୁ ସେମାନଙ୍କର ମାନବାଧିକାର ତଥା ମୌଳିକ ଅଧିକାର ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI