‘ଅବ୍ବାଜାନ’ ମନ୍ତବ୍ୟ ଦେଇ ଅଡ଼ୁଆରେ ଯୋଗୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ସେ ବିଜେପି ହେଉ କିମ୍ବା ମୟାବତୀଙ୍କ ଦଳ ହେଉ । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଅତ୍ୟବ୍ୟସ୍ତ ହୋଇପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅବ୍ବାଜାନ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି । ଏନେଇ ବିହାରର ମୁଜାଫରପୁରସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି । ଏଭଳି ମନ୍ତବ୍ୟ ମୁସଲମାନ ସମୁଦାୟର ଧର୍ମୀୟ ଭାବନାକୁ ଆଘାତ ସୃଷ୍ଟି କରୁଥିବା ଦର୍ଶାଇ ସ୍ଥାନୀୟ ସାମାଜିକ କର୍ମୀ ତମନ୍ନା ହାଶମି ପିଟିସନରେ ଦର୍ଶାଇଛନ୍ତି ।

ଅପରପକ୍ଷରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଯୋଗ ଦେଉଛନ୍ତି । କେବଳ ଏତିକି ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗକୁ ନେଇ ମନ୍ତବ୍ୟ ଦେଇ ଯୋଗୀ ଚର୍ଚ୍ଚାରେ ରହିବା କିଛି ନୂଆ କଥା ନୁହେଁ । ଇତିମଧ୍ୟରେ କୁଶିନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁସଲମାନ ସମୁଦାୟ ଓ ବିରୋଧୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ । ତେବେ ସରକାର ଏବେ ସମସ୍ତଙ୍କୁ ରିହାତି ମୂଲ୍ୟରେ ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି । କିନ୍ତୁ ୨୦୧୭ ପୂର୍ବରୁ କେବଳ ସେମାନଙ୍କୁ ‘ଅବ୍ବାଜାନ’ କହୁଥିବା ଲୋକଙ୍କୁ ମିଳୁଥିଲା । ଲୋକେ ‘ଅଽା ଜାନ’ କହି ରାଶନ ସାମଗ୍ରୀ ଗୁଡ଼ିକୁ ହଜମ କରିଦେଉଥିଲେ । କୁଶିନଗରର ରାଶନ ନେପାଳ ଓ ବାଂଲାଦେଶକୁ ଚାଲାଣ କରାଯାଉଥିଲା । ବର୍ତ୍ତମାନ ଯିଏ ଲୋକଙ୍କ ରାଶନ ଗିଳିବାକୁ ଉଦ୍ୟମ କରିବ ତାଙ୍କୁ ଜେଲକୁ ପଠାଯିବ ବୋଲି ଯୋଗୀ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଅବ୍ବାଜାନ ଏକ ଉର୍ଦ୍ଦୁ ଶବ୍ଦ । ଯାହାର ଅର୍ଥ ହେଉଛି ବାପା । ଉତ୍ତରପ୍ରଦେଶର ମୋଟ ଜନସଂଖ୍ୟାର ୧୯.୨୬% ହେଉଛନ୍ତି ମୁସଲମାନ । ତେଣୁ ରାଜ୍ୟର ମୁସଲମାନ ସମୁଦାୟକୁ ଟାର୍ଗେଟ କରି ଯୋଗୀ ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏନେଇ ସମାଜବାଦ ପାର୍ଟି ମଧ୍ୟ ବଡ଼ ବୟାନ ଦେଇଛି । ଏଭଳି ମନ୍ତବ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଶୋଭା ଦେଇନଥାଏ ।

ଯୋଗୀ କମ ଶିକ୍ଷିତ ବୋଲି ଏଥିରୁ ବୁଝା ପଡ଼ୁଛି । ଏହା ଛଡ଼ା କଂଗ୍ରେସ ମଧ୍ୟ ଯୋଗୀଙ୍କୁ ସମାଲୋଚନା କରିଛି । ଏନେଇ ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଏକ କାର୍ଯ୍ୟସୂଚୀ ନେଇ ନିର୍ବାଚନ ଲଢିବା ଭାଜପାର ଲକ୍ଷ୍ୟ ନୁହେଁ । ଏହି ଦଳ ସାମ୍ପ୍ରଦାୟିକତା ଓ ଘୃଣାଭାବ ସୃଷ୍ଟି କରି ମୁସଲମାନମାନଙ୍କ ବିରୋଧରେ ବିଷାକ୍ତ ପରିବେଶ ସୃଷ୍ଟି କରୁଛି । ଏହା ସହ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ରାଶନକୁ ମୁସଲମାନମାନେ ଖାଇଗଲେ ବୋଲି ମୁଖ୍ୟମନ୍ତ୍ରୀ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓମାର ଅବଦୁଲ୍ଲା କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ