Masthead

ରାଜସ୍ଥାନ ରୟାଲ୍ସ ୧୬ ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ

ସାରଜା: ମଙ୍ଗଳବାର ଚାଲିଥିବା ଆଇପିଏଲ୍‌ର ଚତୁର୍ଥ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୧୬ ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି।
ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ନିଜ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ପରାଜୟ ବରଣ କରିଛି।। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୧୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୦୦ ରନ୍ କରି ହାରିଥିଲା।
ମୁରଲୀ ବିଜୟ (୨୧) ଓ ୱାଟସନ୍ (୩୩) ପ୍ରଥମ ୱିକେଟ୍‌ରେ ୫୬ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ମାତ୍ର ୨ ରନ୍ ଭିତରେ ପଡିଆ ରୁ ଫେରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 ଆଜି ପବିତ୍ର ମକର ସଂକ୍ରାନ୍ତି 🔴 ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ 🔴 ଜାଡ଼ରେ ଥରୁଛି ଓଡ଼ିଶା 🔴 ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଲେ 🔴 ପଡୋଶୀ ସାଜିଲା ଯୌନ ରାକ୍ଷସ 🔴 ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 ଆଜି ପବିତ୍ର ମକର ସଂକ୍ରାନ୍ତି 🔴 ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ 🔴 ଜାଡ଼ରେ ଥରୁଛି ଓଡ଼ିଶା 🔴 ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଲେ 🔴 ପଡୋଶୀ ସାଜିଲା ଯୌନ ରାକ୍ଷସ 🔴 ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ