Before Header

ଭିଜିଲାନ୍ସ ଜାଲରେ ଗୋପାଳପୁର ବିଧାୟକ

0 55

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ । ପ୍ରଦୀପଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ଚଢାଉ । ପ୍ରମୁଖ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀଙ୍କ ଘରେ ଚଢାଉ । ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ । ସକାଳ ୬ ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ପ୍ରଦୀପଙ୍କ ଘନିଷ୍ଠ ଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ । ଅଭିଯୋଗ ପରେ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଜଣେ ଏସପି ୨ ଜଣ ଅତିରିକ୍ତ ଏସପି ଓ ୧୭ ଡ଼ିଏସପି ରେଡରେ ସାମିଲ ଅଛନ୍ତି । ୨୦୦୯ ରୁ ୨୦୨୦ ଭିତରେ ୫କୋଟି ୫ଲକ୍ଷ ୪୬୬୫ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.