Masthead

ସେଗାସାହି ସଂରକ୍ଷିତ ଜଙ୍ଗଲରେ ପଡିରହିଛି ଟନ୍ ଟନ୍ ଗହମ ଓ ଚାଉଳ।

ପଚି ସଢି ଦୁର୍ଗନ୍ଧ ରେ ଫାଟି ପଡୁଛି ଅଞ୍ଚଳ

ଲହୁଣୀପଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ମେଢାମାରୁଣୀ ସେଗାସାହି ସଂରକ୍ଷିତ ଜଙ୍ଗଲରେ ପଛା ସଢା ହୋଇ ପଡି ରହିଛି ପାହାଡ ପରି ଟନ୍ ଟନ୍ ଗହମ ଓ ଚାଉଳ। ଏହି ଗହମ ଓ ଚାଉଳ କେଉଁଠୁ ଆସିଲା କିଏ ପକାଇଲା ତାହା ଖୋଦ ବ୍ଲକ ର ଯୋଗାଣ ସହାୟକ ଜାଣି ନାହାନ୍ତି। ସେପଟେ ଭିତିରି ସୂଚନା ରୁ ଜଣାପଡୁଛି ଯେ କୋଇଡା ବ୍ଲକ କୁ କୋରୋନା ମାହାମାରୀ ସମୟରେ ଗରିବ ଲକଙ୍କୁ ଦେବାକୁ କେନ୍ଦ୍ର ଦେଇଥିବା ପିଡିଏସ୍ ଗହମ ଓ ଚାଉଳ ତାହା ବଣ୍ଟନ ନକରି ହେର ଫେର କରିବା କୁ ଯୋଜନା କରୁଥିବା ବେଳେ ତାହା ଗୋଦାମ ଘରରେ ପଚି ସଢି ଯାଇଥିଲା ଯାହାଫଳରେ କିଛି ଉପାୟ ନ ପାଇ ଦୁଇଦିନ ପୁର୍ବରୁ ରାତ୍ରିରେ ଗାଡି ସାହାଯ୍ୟ ରେ ମେଢାମାରୁଣୀ ସେଗାସାହି ସଂରକ୍ଷିତ ଜଙ୍ଗଲରେ ଫିଙ୍ଗିଦିଆଯାଇଥିଲା। ଗରିବ ଅସହାୟ ପରିବାର କୁ ବାଣ୍ଟି ବା ବଦଳରେ ତାହା କୁ ପଚେଇ ଫୋପାଡି ଦେବା ଯାହା ବଡ ଦୃଭାଗ୍ଯ ର ବିଷୟ ବୋଲି ଏବେ କୋଇଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସେପଟେ କୋଇଡା ବିଡିଓ ଙ୍କୁ ଯୋଗାଯୋଗ କରିଥିଲେ ହେ ସେ ଏ ବିଷୟରେ ଯାଣି ନାହିଁ ଏବଂ କୈଣସି ଗୋଦାମ ଘରରେ କିମ୍ବା ପଞ୍ଚାୟତ ରୁ ଚାଉଳ କି ଗହମ ପୋଚି ସଢି ନାହିଁ କି ସେମିତି କିଛି ନଷ୍ଟ କରାଜାଇ ନାହିଁ। ଏହା କେଉଁଠୁ ଆସିଛି ଯାହା ଯୋଗାଣ ସହାୟକୁ ତଦନ୍ତ କରିବା ପାଇଁ କହିଛି ବୋଲି କହିଥିଲେ। ଏହା ଆସିଲା କେଉଁଠୁ କିଏ ଫୋପାଡିଲା ବୋଲି ବଡ ପ୍ରଶ୍ନ ଉଠୁଛି। ଏହା କୁ ସଠିକ ତଦନ୍ତ କରି ଦୋଷୀ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ