Masthead

ବିହାରରେ ଆଜିଠୁ ସମ୍ରାଟ ସରକାର

ପାଟନା (ବଡ଼ ଖବର ବ୍ୟୁରୋ): ବିହାରରେ ଆରମ୍ଭ ହେଲେ ସମ୍ରାଟ ଯୁଗ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । ରାଜ୍ୟପାଳ ସୟଦ ଆତା ହସନୈନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସମ୍ରାଟ ବିହାରର ୨୪ତମ ଏବଂ ବିଜେପି ପକ୍ଷରୁ ପ୍ରଥମ ସିଏମ୍ ଭାବେ ପଦ ଭାର ସମ୍ଭାଳିଛନ୍ତି । ସେହିପରି ଜେଡିୟୁ କୋଟାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ବିଜୟ କୁମାର ଚୌଧୁରୀ ଏବଂ ବିଜେନ୍ଦ୍ର ପ୍ରସାଦ ଯାଦବ ଡେପୁଟି ସିଏମ୍ ହୋଇଛନ୍ତି । ବିହାର ଲୋକ ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ହୋଇଛି । ଏଥିରେ ଏନଡିଏ ଏବଂ ଜେଡିୟୁର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାସଓ୍ବାନ ଏବଂ ଜିତନ ରାମ ମାଝୀ ଉପସ୍ଥିତ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପାଟ୍‌ନାସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଆନୁଷ୍ଠାନିକ ଭାବେ ସମ୍ରାଟ ଚୌଧୁରୀଙ୍କ ନାମକୁ ବିଧାୟକ ଦଳର ନେତା ଭାବେ ପ୍ରସ୍ତାବ ରଖିଥିଲେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶିବରାଜ ସିଂହ ଚୌହାନ ତାଙ୍କୁ ସମର୍ଥନ କରିଥିଲେ । ବୈଠକରେ ସର୍ବସମ୍ମତିରେ ସମ୍ରାଟ ଚୌଧୁରୀ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ