Masthead

ତେହେରାନରେ ପାକ୍ ସେନା ମୁଖ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନକୁ ମନାଇବା ପାଇଁ ତେହେରାନରେ ପାକ୍ ସେନା ମୁଖ୍ୟ ଆସିମ୍ ମୁନିର ପହଞ୍ଚିଛନ୍ତି ।  ଆମେରିକା-ଇରାନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିରେ ମଧ୍ୟସ୍ଥତା ପାଇଁ ପାକିସ୍ତାନ ସେନା ମୁଖ୍ୟ ଆସିମ୍ ମୁନିର ଓ ପାକିସ୍ତାନର ମନ୍ତ୍ରୀ ମୋହସିନ ନକଭୀ ତେହେରାନରେ ପହଞ୍ଚିଛନ୍ତି। ତେହେରାନରେ ପହଞ୍ଚିବା ପରେ ପାକିସ୍ତାନୀ ପ୍ରତିନିଧି ଦଳକୁ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ସ୍ୱାଗତ କରିଥିଲେ।

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଆମେରିକା-ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଗତିରୋଧକୁ ଦୂର କରିବା ପାଇଁ ଆମେରିକା ଦେଇଥିବା ପ୍ରସ୍ତାବ ଉପରେ ମନାଇବାକୁ ଉଦ୍ୟମ ଜାରି ରହିଛି। ଇରାନ୍ ବନ୍ଦର ଗୁଡ଼ିକରେ ସାମୁଦ୍ରିକ ପରିବହନ ଉପରେ ସମ୍ପୂର୍ଣ୍ଣ ଅବରୋଧ ଲଗାଇଛି ଆମେରିକାର ନୌସେନା। ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ଇରାନକୁ ଏହି ଗତିରୋଧରୁ ବାହାରିବା ଏବଂ ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ମନାଇବା ହିଁ ପାକିସ୍ତାନୀ ପ୍ରତିନିଧି ଦଳର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି। ଆମେରିକା-ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହେବା ପରେ  ଦ୍ୱିତୀୟ ଥର ପାଇଁ କୂଟନୈତିକ ପ୍ରୟାସ ଆରମ୍ଭ ହୋଇଛି।

ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅବାଘଚୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଯୁଦ୍ଧ ରୋକିବାକୁ ପାକିସ୍ତାନ ଭୂମିକାକୁ ପ୍ରଶଂସା କରିଛନ୍ତି।  ଅଞ୍ଚଳୀୟ ଶାନ୍ତି ଓ ସ୍ଥିରତା ପାଇଁ ଇରାନ ଓ ପାକିସ୍ତାନ ଦୁହେଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଗତ ସପ୍ତାହରେ ଇସଲାମବାଦରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଇରାନ-ଆମେରିକା ଆଲୋଚନା ଫଳପ୍ରଦ ହୋଇ ନ ଥିବାରୁ  ପୁଣିଥରେ ଆଲୋଚନା ଆରମ୍ଭ କରିବା ପାଇଁ ପାକିସ୍ତାନ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହି ପରିପ୍ରେକ୍ଷିତରେ, ପାକିସ୍ତାନର ସେନାପ୍ରମୁଖ ଅସିମ୍ ମୁନିର ଓ ଗୃହମନ୍ତ୍ରୀ ମହସିନ୍ ନକଭି ତେହେରାନରେ ପହଞ୍ଚିଛନ୍ତି। ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ସନ୍ଦେଶ ନେଇ ତେହରାନରେ ପହଞ୍ଚିଥିବା ସୂଚନା ମିଳିଛି। ଇରାନ-ଆମେରିକା ମଧ୍ୟରେ ଥିବା ଅସହମତିକୁ ଦୂର କରିବା ପାଇଁ ପାକିସ୍ତାନ ଚେଷ୍ଠା ଜାରି ରଖିଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି।

ତେଣୁ ଖୁବଶୀଘ୍ର ଇରାନ- ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇପାରେ। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଚାରିଆଡୁ କଟକଣା ଲଗାଇବାକୁ ଟ୍ରମ୍ପ ଧମକାଇଥିବା ବେଳେ କଣ୍ଟ ପୁରିବାକୁ ଆଉ ଦୁଇ ଦିନ ବାକି ଅଛି। ଏପରି ସମୟରେ ମୁନିରଙ୍କ ଗସ୍ତକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବର ଜେଦ୍ଦାହରେ ପହଞ୍ଚିଛନ୍ତି। ଶରିଫ୍‌ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ତୁର୍କୀ ଓ କାତାର ଗସ୍ତକରି ୧୮ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏପ୍ରିଲ ୨୨ରେ ସିଜ୍‌ଫାୟାର ଅବଧି ଶେଷ ହେବା ପୂର୍ବରୁ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ପାଇଁ ଉଭୟ ମୁନିର ଓ ଶରିଫ୍‌ଙ୍କ ଉଦ୍ୟମକୁ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଖୁବ୍‌ଶୀଘ୍ର ଯୁଦ୍ଧ ଶେଷ ହେବ ବୋଲି କହିଛନ୍ତି। ଇତିମଧ୍ୟରେ ଇରାନ୍‌ ସହ ଆମେରିକାର ଆଲୋଚନା ଚାଲିଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଇରାନ୍‌ ରାଷ୍ଟ୍ରପତି ମସୌଦ ପେଜେଶ୍କିଆନ୍‌ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ