Masthead

୩ ଜୀବନ ନେଲା ରୋଗୀ ବିହୀନ ଦ୍ରୁତଗାମୀ ଆମ୍ବୁଲାନ୍ସ !

ବାପା ମା’ ଓ ଶିଶୁ କନ୍ୟାର ଜୀବନ ନେଲା ରୋଗୀ ବିହୀନ ଦ୍ରୁତଗାମୀ ଆମ୍ବୁଲାନ୍ସ !
ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅକାଳରେ ଯାଇଛି ଗୋଟିଏ ପରିବାରର ୩ଜଣଙ୍କ ଜୀବନ ! କଟକ ବିଡାନାସି ଅଞ୍ଚଳର ଶଙ୍କର ସାହୁ ନିଜ ପତ୍ନୀ ଓ ପାଞ୍ଚ ବର୍ଷର ଶିଶୁ କନ୍ୟାଙ୍କୁ ବାଇକରେ ବସାଇ ରାସ୍ତାରେ ଯାଉଥିବା ସମୟରେ ଭଦ୍ରକରୁ କଟକ ଅଭିମୁଖେ ଦୃତ ଗତିରେ ଯାଉଥିବା ରୋଗୀ ବିହୀନ ଏକ ଆମ୍ୱୁଲାନ୍ସ ସେମାନଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା ! ଫଳରେ ତିନିଜଣ ଯାକ ରାସ୍ତା ଉପରେ ଏଣେତେଣେ ଛିଟିକି ହୋଇ ପଡ଼ି ସେଠାରେ ହିଁ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି ! ଦୁର୍ଘଟଣା ଘଟାଇ ଆମ୍ୱୁଲାନ୍ସର ଡ୍ରାଇଭର ସେଠାରୁ ଫେରାର୍ ହୋଇ ଯାଇଥିବା ଜଣାଯାଇଛି ! ସୂଚନା ପାଇ ଧର୍ମଶାଳା ପୋଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସେ ଆମ୍ବୁଲାନ୍ସ ସମେତ ୩ଟି ଯାକ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇ ଦେଇଛନ୍ତି !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ