Masthead

ପ୍ରଶାସନ ଶୁଣିଲାନି, ନିଜ ଗାଁକୁ ରାସ୍ତା କଲେ ଗ୍ରାମବାସୀ

କୋଟପାଡ଼, (ବଡ଼ ଖବର ବ୍ୟୁରୋ): ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳିଲାନି । ଶେଷରେ ବାଧ୍ୟ ହୋଇ ନିଜ ଗାଁକୁ ପାହାଡ଼ କାଟି ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଛଚ୍ଛରଳା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନୂଆଗୁଡ଼ା ଠାରୁ ଡଙ୍ଗରାପାଲିକୁ ରାସ୍ତା ନିର୍ମାଣ କରିଛନ୍ତି । ଡଙ୍ଗଲପାଲି ଗାଁର ଦୁରୁଆ ସମ୍ପ୍ରଦାୟର ଲୋକେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି ରାସ୍ତାଟି କୁନ୍ଦ୍ରା ବ୍ଲକର ବଗଡ଼ରିକୁ ସଂଯୋଗ କରୁଛି । ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତା ନିର୍ମାଣ ହେବ ବୋଲି ନିର୍ବାଚନ ସମୟରେ ରାଜନେତାମାନେ ପ୍ରତିଶ୍ରୃତି ଦେଉଥିଲେ । ନିର୍ବାଚନ ସରିଲେ ଭୁଲି ଯାଉଥିଲେ ପ୍ରତିଶ୍ରୃତି । ଶେଷରେ ବାଧ୍ୟ ହୋଇ ନିଜ ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି ଲୋକେ । ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବା ଲାଗି ସରକାର ଘୋଷଣା କରିଛନ୍ତି ମାଳ ମାଳ ସଡକ ଯୋଜନା । ଅପହଞ୍ଚ ଇଲାକାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନଥିବାରୁ ସରକାରଙ୍କ ଯୋଜନା କାହା ଲାଗି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!