Masthead

କ’ଣ ଏମିତି କହିଲେ ନୀତୀଶ..ହସିଲେ ସମସ୍ତେ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ); ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ଏହାସହ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବା ସ୍ପଷ୍ଟ ହୋଇଛି । ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନରେ ବିଜେପି ଏକାକୀ ବହୁମତ ପାଇନଥିଲେ ମଧ୍ୟ ଏନଡିଏ ସରକାର ଗଢିବାକୁ ମ୍ୟାଜିକ ନମ୍ବର ପାଇଛି ।

ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ବୈଠକରେ ନରେନ୍ଦ୍ର ମୋଦିଙ୍କ ନାମ ପ୍ରସ୍ତାବ ଦେବା ପରେ ନୀତୀଶ କହିଛନ୍ତି, ଯଦି ସେ (ନରେନ୍ଦ୍ର ମୋଦି) ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥାନ୍ତେ ତେବେ ଭଲ ହୋଇଥାନ୍ତା। ଏଥର ଆମେ ଦେଖିଛୁ କି କିଛି ଭୋଟ ଏପଟ ସେପଟ ହୋଇ କିଛି ଜିତି ଯାଇଛନ୍ତି । କିନ୍ତୁ ଆର ନିର୍ବାଚନରେ ସମସ୍ତେ ହାରିବେ ।  ଜେଡି (ୟୁ) ମୁଖ୍ୟଙ୍କଠାରୁ ଏହା ଶୁଣି ସଂସଦ ଭବନରେ ଥିବା ବିଜେପି ନେତାମାନେ ହସିବାକୁ ଲାଗିଲେ। ନୀତୀଶ କହିଛନ୍ତି, ଆମେ ତ ସବୁଦିନ ତାଙ୍କ ସହ ଅଛୁ । ତାଙ୍କ ଦଳ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ବିଜେପିର ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସେ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ