Before Header

ରାହୁଲଙ୍କ ଗ୍ୟାରେଣ୍ଟିରେ କେତେ ଦମ?

0 980

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ ଆସିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି । ଦଳର ଇସ୍ତାହାରରେ ଥିବା ଗ୍ୟାରେଣ୍ଟି କଥା କହିଲେ । ଉତ୍ସାହିତ ହେଲେ ସାଲେପୁର ସଭାରେ ଥିବା ନେତା ଓ କର୍ମୀ । ହେଲେ ସାରା ରାଜ୍ୟରେ କ’ଣ ରାହୁଲଙ୍କ ଏହି ସମ୍ବୋଧନ ଭୋଟ ପ୍ରତିଶତ ବଢାଇବ? ଧିରେଧିରେ ସୁପ୍ତ ଅବସ୍ଥାରେ ଥିବା ରାଜ୍ୟ କଂଗ୍ରେସ କ’ଣ ଉପରକୁ ଉଠିପାରିବ? ଷଷ୍ଠ ଥର କ୍ଷମତା ଦଖଲ ଓ ରାଜ୍ୟ ବିଜେପି ସରକାର ଗଢିବା ସ୍ୱପ୍ନରେ କ’ଣ ବ୍ରେକ୍ ଲଗାଇ ପାରିବ? ମହିଳା, ଯୁବବର୍ଗ ଓ କୃଷକଙ୍କ ପାଇଁ ଯେଉଁ ଗ୍ୟାରେଣ୍ଟି କଥା କହୁଛି କଂଗ୍ରେସ ତାହା କ’ଣ ଓଡ଼ିଶାରେ ଫଳପ୍ରଦ ହେବ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରଛି । ମାରିବା ବି ସ୍ୱାଭାବିକ । କାରଣ ଓଡ଼ିଶାରେ ନବୀନଙ୍କ କ୍ରେଜ୍ ଚାଲିଛି । ପୁଣି ଥରେ ସରକାର ଗଠନ କରିବା ଦିଗରେ ଆଗଭର ହେଉଛନ୍ତି ବିଜେଡି ସୁପ୍ରିମୋ । ବିଜେଡିର ବିକାଶ, ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ନେଇ ନିଜ ପ୍ରାର୍ଥୀଙ୍କୁ ମଇଦାନଙ୍କୁ ଓହ୍ଳାଇ ଦେଇଛି ବିଜୁ ଜନତା ଦଳ । ସେପଟେ ରାଜ୍ୟ ବିଜେପି ସରକାର ଗଢିବା ପାଇଁ ଦମ୍ଭୋକ୍ତି ଦେଖାଇଛି । କେନ୍ଦ୍ରର ଶୀର୍ଘ ନେତୃତ୍ୱ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି । ଅପ୍ରିଲ ୨୫ରେ ଶାହଙ୍କ ସୋନପୁର ଓ ଆଜି ଜେପି ନଡ୍ଡାଙ୍କ ବ୍ରହ୍ମପୁର ଆମ୍ବପୁଅ କାର୍ଯ୍ୟକ୍ରମରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ରାଜ୍ୟ ବିଜେପି ଉପରେ କେନ୍ଦ୍ର ଭରସା କରିଛି । ଗୋଟିଏ ପଟେ କେନ୍ଦ୍ରରେ ମୋଦିଙ୍କ ୧୦ ବର୍ଷ ଓ ଅନ୍ୟପଟେ ଓଡ଼ିଶାରେ ନବୀନଙ୍କ ୨୪ ବର୍ଷର କ୍ଷମତା ଭିତରେ ଲଢେଇ ହେଉଛି । ବିଜେଡି ଓ ରାଜ୍ୟ ବିଜେପି ଯେଉଁ ଉତ୍ସାହର ସହ କାମ କରୁଛି, ତାକୁ ଦେଖିଲେ ରାଜ୍ୟ କଂଗ୍ରେସ ବହୁ ପଛରେ ପଡ଼ିଗଲା ଭଳି ମନେହେଉଛି । ଆଜି ରାହୁଲ ଆସିଲେ ଯାହା କହିଲେ ଏହା କ’ଣ ଓଡ଼ିଶା ଭୋଟରଙ୍କୁ ପ୍ରଭାବ ପକାଇବ? କେନ୍ଦ୍ର ଓ ରାଜ୍ୟର ଦମ୍ ଆଗରେ ରାହୁଲଙ୍କ କଥାକୁ ଲୋକେ କେତେ ଗ୍ରହଣ କରିବେ? ହେଲେ ଏହାକୁ ମଧ୍ୟ ଅଣଦେଖା କରାଯାଇନପରେ ଯେ ରାଜ୍ୟରେ ଏବେ ସାଇଲେଣ୍ଟ ଭୋଟର ମାତ୍ରାଧିକ ଅଛନ୍ତି । ସେମାନେ ଉଭୟ ବିଜେଡି-ବିଜେପିର କାର୍ଯ୍ୟଧାରାକୁ ପସନ୍ଦ କରୁନାହାନ୍ତି । ଠିକ୍ ଏତିକି ବେଳେ ରାହୁଲଙ୍କ ଏହି ଗ୍ୟାରେଣ୍ଟି କିଛି ମାତ୍ରାରେ କାମ କରିପାରେ । ଆଗାମୀ ଦିନରେ ରାହୁଲଙ୍କ ପରି ପ୍ରିୟଙ୍କା ଗାନ୍ଧି, ସଚିନ ପାଇଲଟ୍, ରେଭନ୍ଥ ରେଡ୍ଡି, ଡିକେ ଶିବକୁମାର, କହ୍ନେୟା କୁମାର ଭଳି ଯୁବନେତା ଘନଘନ ଆସନ୍ତି ତାହେଲେ କର୍ମୀ ସହ ଭୋଟର ପରିବର୍ତ୍ତନ ହୋଇପାରନ୍ତି । ଏଥିରେ ସନେ୍ଦହ ନାହିଁ । ହେଲେ ରାଜ୍ୟ କଂଗ୍ରେସର ଆଭିମୁଖ୍ୟ ଆଗାମୀ ଦିନରେ କ’ଣ ହେଉଛି ତାହା ଦେଖିବାର କଥା । ଯଦି ତେଲେଙ୍ଗାନାରେ ଦୁଇ ମାସ ଭିତରେ ସରକାର ପରିବର୍ତ୍ତନ କରି କଂଗ୍ରେସକୁ ସୁଯୋଗ ଦେଇପାରୁଛନ୍ତି ଭୋଟର । ଓଡ଼ିଶାରେ ମଧ୍ୟ କାହିଁକି ସମ୍ଭବ ନୁହେଁ? ସମୟ କହିବ ଜାତୀୟ କଂଗ୍ରେସ ଓଡ଼ିଶା କଂଗ୍ରେସକୁ କେତେ ବିଶ୍ୱାସକୁ ନେଉଛି ।

Leave A Reply

Your email address will not be published.