Masthead

କଂଗ୍ରେସ ଗଡରେ ବିଜେଡିର ନିର୍ବାଚନୀ ରଣହୁଙ୍କାର

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳିରେ ସରଗରମ ରହିଛି ନିର୍ବାଚନ ପ୍ରଚାର। ତିନି ପ୍ରମୁଖ ଦଳ ମଧ୍ୟରେ ଆଗରେ ରହିଛି ବିଜେଡିର ରାଲି ଓ ପ୍ରଚାର। ଗୁମ୍ମା ବ୍ଲକର କେ.ସି.ପୁରରୁ ବିଜୁ ଜନତା ଦଳର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଦମଦାର ପ୍ରଚାର ଆରମ୍ଭ ହୋଇଥିଲା । ବିଜୁ ଜନତା ଦଳର କର୍ମୀ ଓ ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରା ଗୁମ୍ମା ସଦରମହକୁମା ପରିକ୍ରମା କରିଥିଲା । ଏହି ଅବସରରେ ସ୍ଥାନେ ସ୍ଥାନେ ଉଭୟ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଲୋକେ।

ଜନସାଧାରଣଙ୍କ ମଧ୍ୟରେ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ ଭେଟି ବିଜୁ ଜନତା ଦଳର ସମର୍ଥନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଶହ ଶହ ଲୋକଙ୍କ ଗହଣରେ ବିରାଟ ପଟୁଆର ସହ ଏହି ଶୋଭାଯାତ୍ରା ସେରଙ୍ଗ, ଭୁବନୀ ଆଦି ଅଞ୍ଚଳର ଜନସାଧାରଣଙ୍କୁ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଧିକ ବ୍ୟବଧାନରେ ବିଜୟ କରିବାକୁ ଉତ୍ସାହିତ କରିଥିଲେ। ଦୀର୍ଘ ବର୍ଷ ହେବ ଗୁମ୍ମା ବ୍ଲକ କଂଗ୍ରେସର ଏକ ଦୂର୍ଗ ବୋଲି କୁହାଯାଉଥିବା ବେଳେ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜ କବଜାକୁ ନେଇଥିଲା ।

ସେପଟେ ସାଂସଦ ପ୍ରାର୍ଥୀ ବିଜେଡି ଜିତିକି ଅଛି ଏବଂ କଂଗ୍ରେସର ଗଡ କେବେଠୁ ଭୁଶୁଡି ପଡିଥିବା କହିଥିବା ବେଳେ ବିଧାୟକ ପ୍ରାର୍ଥୀ ଇଂ.ରୂପେଶ ପାଣୀଗ୍ରାହୀ ଗୁମ୍ମା ପାଇଁ ଗୋଟିଏ ଇଣ୍ଡୋର ଷ୍ଟାଡିୟମ ଓ ରାସ୍ତାଘାଟର ବିକାଶ କରିବି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି