Masthead

କଂଗ୍ରେସ ଗଡରେ ବିଜେଡିର ନିର୍ବାଚନୀ ରଣହୁଙ୍କାର

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳିରେ ସରଗରମ ରହିଛି ନିର୍ବାଚନ ପ୍ରଚାର। ତିନି ପ୍ରମୁଖ ଦଳ ମଧ୍ୟରେ ଆଗରେ ରହିଛି ବିଜେଡିର ରାଲି ଓ ପ୍ରଚାର। ଗୁମ୍ମା ବ୍ଲକର କେ.ସି.ପୁରରୁ ବିଜୁ ଜନତା ଦଳର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଦମଦାର ପ୍ରଚାର ଆରମ୍ଭ ହୋଇଥିଲା । ବିଜୁ ଜନତା ଦଳର କର୍ମୀ ଓ ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରା ଗୁମ୍ମା ସଦରମହକୁମା ପରିକ୍ରମା କରିଥିଲା । ଏହି ଅବସରରେ ସ୍ଥାନେ ସ୍ଥାନେ ଉଭୟ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଲୋକେ।

ଜନସାଧାରଣଙ୍କ ମଧ୍ୟରେ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ ଭେଟି ବିଜୁ ଜନତା ଦଳର ସମର୍ଥନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଶହ ଶହ ଲୋକଙ୍କ ଗହଣରେ ବିରାଟ ପଟୁଆର ସହ ଏହି ଶୋଭାଯାତ୍ରା ସେରଙ୍ଗ, ଭୁବନୀ ଆଦି ଅଞ୍ଚଳର ଜନସାଧାରଣଙ୍କୁ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଧିକ ବ୍ୟବଧାନରେ ବିଜୟ କରିବାକୁ ଉତ୍ସାହିତ କରିଥିଲେ। ଦୀର୍ଘ ବର୍ଷ ହେବ ଗୁମ୍ମା ବ୍ଲକ କଂଗ୍ରେସର ଏକ ଦୂର୍ଗ ବୋଲି କୁହାଯାଉଥିବା ବେଳେ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜ କବଜାକୁ ନେଇଥିଲା ।

ସେପଟେ ସାଂସଦ ପ୍ରାର୍ଥୀ ବିଜେଡି ଜିତିକି ଅଛି ଏବଂ କଂଗ୍ରେସର ଗଡ କେବେଠୁ ଭୁଶୁଡି ପଡିଥିବା କହିଥିବା ବେଳେ ବିଧାୟକ ପ୍ରାର୍ଥୀ ଇଂ.ରୂପେଶ ପାଣୀଗ୍ରାହୀ ଗୁମ୍ମା ପାଇଁ ଗୋଟିଏ ଇଣ୍ଡୋର ଷ୍ଟାଡିୟମ ଓ ରାସ୍ତାଘାଟର ବିକାଶ କରିବି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’