Masthead

୧୨ କୋଟି ଟଙ୍କାର ଗଂଜେଇ ନଷ୍ଟ

କୋରୁକୋଣ୍ଡା(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ଚିତ୍ରକୋଣ୍ଡାରେ ଚଢ଼ାଉ କରି ୧୨କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି । ଆଜି ସକାଳେ ଅବକାରୀ ବିଭାଗ ସୁପରିଟେଣ୍ଡ ଅଶୋକ କୁମାର ସେଠିଙ୍କ ନେତୃତ୍ୱରେ ଓ ତାଙ୍କ ସହକର୍ମୀ ଏବଂ ଚିତ୍ରକୋଣ୍ଡା ପୋଲିସ ମିଳିତ ଅଭିଯାନରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆର୍‌ଏସି-୪, ବଡ଼ପୁଟ, ପେଟାଲ, ଆର୍‌ଏସି-୧ ଗ୍ରାମ ଗୁଡିକରେ ପ୍ରାୟ ୭୫ ଏକର ଜମିରେ ବେଆଇନ ଚାଷ କରାଯାଇଥିଲା ।

୧ଲକ୍ଷ ୨୩ହଜାର ୭୫୦ ଗଛ କଟାଯାଇ ପୋଡି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୨କୋଟି ୩୭ଲକ୍ଷ ୫୦ହଜାର ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ଏଭଳି ଚଢାଉରେ ଗଂଜେଇ ବ୍ୟବସାୟୀଙ୍କ ମଧ୍ୟରେ ହଲଚଲ ସୃଷ୍ଟି କରିଛି । ଚଢ଼ାଉ ବେଳେ ମାଲକାନଗିରି ଅବକାରୀ ବିଭାଗର ଇନ୍‌ସପେକ୍ଟର ଗଙ୍ଗା ପାଇକରାଏ , ଓଆଇସି ଏଚ.ଜଗା ରାଓ , ଏସ.ଆଇ ଦିଲୀପ କୁମାର ନାୟକ , ସଞ୍ଜୟ କୁମାର କାଣ୍ଡି ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ