Masthead

ମାଥିଲି:ଗଞ୍ଜାଇ ଚୋରା ଚାଲାଣ ,ଗାଡି ଜବତ ,ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ପୋଲିସ ହାତରେ ଆଜି ଧରା ପଡିଛି ଏକ ଗଞ୍ଜେଇ ବୋଝେଇ ପିକପ୍ ଭ୍ୟାନ । ପଦ୍ନଗିରି ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ମାଲକାନଗିରି ସିମାନ୍ତ ଗୋବିନ୍ଦପାଲ୍ଲି ଚେକ୍ ଗେଟରେ ଧରା ପଡିଛି ଏହି ଗାଡି । ପୋଲିସର ଯାଞ୍ଚ ବେଳେ ପିକପ୍ ଭ୍ୟାନରୁ ବାହାରିଛି ୪୯ ବସ୍ତା ଚୋରା ଗଞ୍ଜେଇ ଯାହାର ଓଜନ ପ୍ରାୟ ୧୩ ଶହ କେଜି ଓ ବଜାର ମୁଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସ.ପି. କହିଛନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣରେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲାର ସଞ୍ଜୟ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ସାମିଲ ଥିବା କିଙ୍ଗ ପିନକୁ ପୋଲିସ ଖୋଜୁଛି । କେବଳ ଏହି ଗାଡି ନୁହେ ୨୦୨୦ ମସିହା ଆଜି ସୁଦ୍ଧା ମାଲକାନଗିରି ପୋଲିସ ମୋଟ ୭୩ ଟି ଗାଡି ଜବତ କରିଥିବା ବେଳେ ସେଥିରୁ ୨୫ ହଜାର କେଜି ଚୋରା ଗଞ୍ଜେଇ ଜବତ କରିଛି । ଏହା ସହ ଜିଲ୍ଲାର ବିଭିନ୍ନ ଥାନାରେ ୭୨ ଟି ନେଡିପିଏସ ମାମଲା ରୁଜୁ ହୋଇଥିବା ବେଳେ ୨୦୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ