Masthead

ମାଥିଲି:ଗଞ୍ଜାଇ ଚୋରା ଚାଲାଣ ,ଗାଡି ଜବତ ,ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ପୋଲିସ ହାତରେ ଆଜି ଧରା ପଡିଛି ଏକ ଗଞ୍ଜେଇ ବୋଝେଇ ପିକପ୍ ଭ୍ୟାନ । ପଦ୍ନଗିରି ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ମାଲକାନଗିରି ସିମାନ୍ତ ଗୋବିନ୍ଦପାଲ୍ଲି ଚେକ୍ ଗେଟରେ ଧରା ପଡିଛି ଏହି ଗାଡି । ପୋଲିସର ଯାଞ୍ଚ ବେଳେ ପିକପ୍ ଭ୍ୟାନରୁ ବାହାରିଛି ୪୯ ବସ୍ତା ଚୋରା ଗଞ୍ଜେଇ ଯାହାର ଓଜନ ପ୍ରାୟ ୧୩ ଶହ କେଜି ଓ ବଜାର ମୁଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସ.ପି. କହିଛନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣରେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲାର ସଞ୍ଜୟ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ସାମିଲ ଥିବା କିଙ୍ଗ ପିନକୁ ପୋଲିସ ଖୋଜୁଛି । କେବଳ ଏହି ଗାଡି ନୁହେ ୨୦୨୦ ମସିହା ଆଜି ସୁଦ୍ଧା ମାଲକାନଗିରି ପୋଲିସ ମୋଟ ୭୩ ଟି ଗାଡି ଜବତ କରିଥିବା ବେଳେ ସେଥିରୁ ୨୫ ହଜାର କେଜି ଚୋରା ଗଞ୍ଜେଇ ଜବତ କରିଛି । ଏହା ସହ ଜିଲ୍ଲାର ବିଭିନ୍ନ ଥାନାରେ ୭୨ ଟି ନେଡିପିଏସ ମାମଲା ରୁଜୁ ହୋଇଥିବା ବେଳେ ୨୦୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ