Masthead

ଭାତ ସହ ଆମ୍ବୁଲ ଝୋଳ…ବଞ୍ଚିବାକୁ ସଙ୍ଘର୍ଷ

ନର୍ଲା (ବଡ଼ ଖବର ବ୍ୟୁରୋ): ଭାତ ସହ ଅମ୍ବୁଳ ଝୋଳ ଖାଇ ବିତୁଛି ଜୀବନ । ନା ମୁଣ୍ଡ ଗୁଞ୍ଜିବାକୁ ଘର ଅଛି ନା ଭଲ ଖାଇବା । ଖାଧ୍ୟ ଦେଖିଲେ ଆଖିରେ ଲୁହ ରହିବନି । ସରକାରୀ ସାହାଯ୍ୟ ଅପେକ୍ଷାରେ ଅସହାୟ ଗରିବ ମାଆ ଓ ଝିଅ । ଏଦୃଶ୍ୟ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ମୁଣ୍ଡା ଗାଁର ସୁସିତା ବିଶ୍ଵାଳ ଓ ତାର ୭ ବର୍ଷ ର ଝିଅ ର କଥା । ବିକଶିତ ଦେଶ ଭାବରେ ଆମ ଦେଶ ବିଶ୍ଵରେ ୩ ନମ୍ବର୍ ଥିବା ବେଳେ ଗ୍ରାମାଞ୍ଚଳରେ ଏବେବି ଭାତ ସହ ଅମ୍ବୁଳ ଝୋଳ ଖାଇ ଜୀବନ ବିତାଉଛନ୍ତି ଲୋକେ।

ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ରାସନ୍ କାର୍ଡ, ଅଧାର୍ କାର୍ଡ ଇତ୍ୟାଦି କଥା ତ ନ କହିବା ଭଲ। ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ମାଆ ଓ ଝିଅ। ଗାଁ ଲୋକ କିଛି ଖାଇବାକୁ ଦେଲେ ଖାଇ ଥାନ୍ତି ନ ହେଲେ ଓପାସରେ ଭଙ୍ଗା କୁଡିଆରେ ପଡ଼ି ରହନ୍ତି । ବର୍ଷା ହେଲେ ତ ତାଙ୍କ ଦୁଃଖ କହିଲେ ନ ସରେ। ସରକାରୀ ସାହାଯ୍ୟ ଅପେକ୍ଷାରେ ଚାତକ ପରି ଅନେଇ ବସିଛନ୍ତି।

ରାଜ୍ୟରେ ୨୫ ବର୍ଷର ସ୍ଥିର ସରକାର୍ ଥିଲା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ଘୋଷଣା କରିଥିଲା । ହେଲେ ସେହି ଯୋଜନା ଗୁଡ଼ିକ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବାରେ ବିଫଳ ପରି ମନେ ହେଉଛି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନର ବିଜେପି ସରକାର ଗଠନ ହୋଇଛି ସବ୍ କା ସାଥ୍ ସବ୍ କା ବିକାଶର ନାରା ଦେଉ ଥିବା ସରକାରଙ୍କୁ ଉକ୍ତ ମହିଳାକୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ