Masthead

ବଙ୍ଗୋମୁଣ୍ଡାରୁ ନିଖୋଜ ରାଜସ୍ଥାନରୁ ଉଦ୍ଧାର

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ରାଜସ୍ଥାନରୁ ୨ ନାବାଳିକା ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗ୍ରାମର ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରିଛି ପୋଲିସ । ଗତ ମେ ୨ ତାରିଖରେ ତ୍ରିପୁରକୁ ସିଲେଇ କାମ ପାଇଁ ଯାଇ ନିଖୋଜ ଥିଲେ ନାବାଳିକା । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରାଜସ୍ଥାନର ନାଗୁଆର ଜିଲ୍ଲା ଟାଡାୱାସ ଗାଁର ଏକ ଘରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି । ଟିଟିଲାଗଡ଼ ଥାନା ଟିକ୍ରାପଡା ଗ୍ରାମର କଳାକାହ୍ନୁ ରତେଇ ମେ ୨ ତାରିଖରେ ଟିଟିଲାଗଡ଼ ରେଳଷ୍ଟେସନରୁ ନାବାଳିକାକୁ ସାଙ୍ଗରେ ନେଇ ରାଜସ୍ଥାନରେ ୩ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ନାବାଳିକା ଅଭିଯୋଗ କରିଛନ୍ତି । ତେବେ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗ୍ରାମର ନାବାଳିକା ଝିଅ ସହ ବିହାରର ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ନାବାଳିକା  ସେଠାରେ ଶ୍ରମିକ ଭାବେ କାମ କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ