Masthead

ମାଛଧରା ସାଜିଲା କାଳ,ମାଛ ଧରିବାକୁ ଯାଇ ଭାସିଗଲେ ୩ ଯୁବକ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):ପ୍ରବଳ ବର୍ଷା ଫଳରେ ଭାସିଗଲେ ୩ କେଉଟ । ମାଛଧରିବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ଘଟଣା ପରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ସୌଭାଗ୍ୟବଶତଃ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଭରସୁଜା ଗାଁରେ । ସୂଚନା ଅନୁସାରେ ପିପିଲିପାଲି ଗାଁ ପୋଢ଼ ପରିବାରର ତିନି ଜଣ ଭରସୁଜା କୁଲ୍ହାରୀ ନାଳକୁ ମାଛ ଧରିବାକୁ ଯାଇଥିଲେ । ହେଲେ ପ୍ରବଳ ବର୍ଷା ଯୋଗୁଁ ନାଳରେ ହଠାତ ଅଧିକ ପାଣି ଆସି ତିନି ଜଣଙ୍କୁ ଭସାଇ ନେଇଥିଲା ।

ଖବର ପାଇ ଆଗଲପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । କିନ୍ତୁ ଗୁଲେକ ପୋଢ଼ଙ୍କର ପାଣି ଭିତରେ ମୃତ୍ୟୁ ହୋଇ ସାରିଥିଲା । ଅଗ୍ନିଶମ ବାହିନୀ ତାଙ୍କ ଶବ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି । ତେବେ ପ୍ରମୋଦ ପୋଢ଼ ନାମକ ଆଉ ଜଣେ ବ୍ୟକ୍ତି ପାଣିରେ ଭାସିଯାଇ ଏବେବି ନିଖୋଜ ଅଛନ୍ତି । ନିଖୋଜ ପ୍ରମୋଦଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ଖବର ପାଇ ଆଗଲପୁର ତହସିଲଦାର, ଆଗଲପୁର ଥାନା ଅଧିକାରୀ, ବିଜେଡି ଯୁବ ନେତା ନିହାର ରଞ୍ଜନ ବେହେରା ଓ ସ୍ଥାନୀୟ ଯୁବକମାନେ ସେଠାରେ ଉପସ୍ଥିତ ଥିଲେ । ଆଗକୁ ନୂଆଖାଇ ଆସୁଥିବା ବେଳେ ଏହି ଦୁଃଖଦ ଘଟଣା ପିପିଲିପାଲିରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ