Masthead

ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଆକ୍ସନ ମୋଡ୍ ରେ ଭଦ୍ରକ ପୁଲିସ। ଆଠ ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍। ୬ ଜଣଙ୍କୁ ବାନ୍ଧିଲା ପୁଲିସ। ନଗଦ ୨୦ ଲକ୍ଷ ଟଙ୍କା, ୩ଟି ବନ୍ଧୁକ ସମେତ ୫ ଖଣ୍ଡା ଜବତ କରିଛି ଭଦ୍ରକ ପୁଲିସ। ଏସପି ମନୋଜ ରାଉତଙ୍କ ନେତୃତ୍ୱରେ ଏହି ଚଢାଉ ଜାରି ରହିଛି। ଏହି ଚଢାଉରେ ୮ ଟିମ୍ ଶହ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଭଦ୍ରକ ପୁରୁଣା ବଜ଼ାର ଥାନା ଅଧୀନ ସନ୍ଥିଆ, ଅଲାଲ ପୁର ୨ ଟି , ନଂଗାମହଲା, ଗୁଜିଦରଡ଼ା ଫାଣ୍ଡି ଅଧୀନ ୩ ଟି ସ୍ଥାନରେ ରେଡ୍ ଜାରି ରହିଛି।

ସନ୍ଥିଆର ଦୁଇଟି ସ୍ଥାନ, ନଙ୍ଗାମହଲାରେ, ଅଲାଲପୁର ଓ ଗୁଜିଦରଡାର ୩ଟି ସ୍ଥାନରେ ମାରାଥନ୍ ରେଡ୍। ଏଥିରେ ୬ ପ୍ଲାଟୁନ୍ ଫୋର୍ସ, ୨ ଡିଏସପି ଓ ୧୦ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ପୋଲିସ ଚଢାଉ ବେଳେ ଅଲାଲପୁରରେ ଗୋମାଫିଆ ଫେରାର ମାରିଥିବା ଜଣାପଡିଛି। ସେହିପରି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଗୋରୁ ମାଫିଆଙ୍କ ଘରେ ଚାଲିଛି ବଡ଼ ଧରଣର ରେଡ୍। ଆଜି ସକାଳୁ ମୟୁରଭଞ୍ଜ ପୋଲିସର ସ୍ବତନ୍ତ୍ର ଟିମ୍ ଜିଲ୍ଲାର ଏକ ସଙ୍ଗେ ୧୫ ଟି ସ୍ଥାନରେ ରେଡ୍ କରୁଛନ୍ତି। ରେଡ ବେଳେ ଲକ୍ଷାଧିକ ଟଙ୍କା, ସୁନା ଗହଣା, ଚାରି ଚକିଆ ଯାନ ସହ ବାଇକ୍ ମଧ୍ୟ ଜବତ୍ ହେଇଥିବା ସୁଚନା ମିଳିଛି।  ରାଇରଙ୍ଗପୁର, ଝାରପୋଖରିଆ, ବାଙ୍ଗିରିପୋଷି, ସାରସକଣା, ବୈଶିଙ୍ଗା ଆଦି ଅଞ୍ଚଳରେ ଥିବା ଗୋରୁ ମାଫିଆଙ୍କ ଘରେ ଏକ ସଙ୍ଗେ ଏହି ରେଡ୍ ଚାଲୁଛି। କିଛି ଗୋରୁ ମାଫିଆଙ୍କୁ ଅଟକ ରଖିଥିବା ମଧ୍ୟ ଜଣା ପଡିଛି।

ସନ୍ଥିଆରେ ଚଢାଉ ବେଳେ ଗୋ ମାଫିଆ ଛାତ ଉପରୁ ଡେଇଁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତଳେ ଜଗି ରହିଥିବା ବନ୍ଧୁକଧାରୀ ପୁଲିସ ମାଡ଼ି ବସିଥିଲେ। ସେହିଭଳି ସେକ୍ ବବି ଘରେ ରେଡ୍ ବେଳେ ରୋଚକ ଘଟଣା ଘଟିଥିଲା। ବାଥରୁମ୍ ସାମ୍ନାରେ ଗଡ଼ରେଜ ରଖି ଗୋ ତସ୍କର ପଛରେ ଲୁଚି ରହିଥିଲେ। ୩ ଜଣଙ୍କୁ ପୁଲିସ ଧରିଥିଲା। ରାତି ୩ଟାରୁ ଏହି ରେଡ୍ ଚାଲିଛି। ଗୋ ତସ୍କରଙ୍କ ଘରୁ ଖଣ୍ଡା ଓ ବନ୍ଧୁକ, ଫାଇବର ଆଦି ଜବତ ହୋଇଛି। ୩ ମାଜିଷ୍ଟ୍ରେଟ୍ ଙ୍କ ସମେତ ରାଜସ୍ଵ ଓ ଜିଲ୍ଲାପାଳଙ୍କ ଅଧିକାରୀ ବି ସାମିଲ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ