Masthead

ସୁରେଖା ସିକ୍ରିଙ୍କ ପରଲୋକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀ କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୨୦୨୦ ରେ ମସ୍ତିଷ୍କ ଆଘାତ ଏବଂ ୨୦୧୮ ରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ଖବର ବିଷୟରେ ଜଣାଇଥିଲେ ଅଭିନେତ୍ରୀଙ୍କ ମ୍ୟାନେଜର ।

ତିନିଥର ଜାତୀୟ ପୁରସ୍କାର ବିଜୟ ଲାଭ କରିଥିଲେ ଅଭିନେତ୍ରୀ ସୁରେଖା ସିକ୍ରି । ଶୁକ୍ରବାର ସକାଳେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ସେ ମସ୍ତିଷ୍କ ଆଘାତରେ ପିଡ଼ୀତ ଥିଲେ। ତାଙ୍କ ପରିବାର ଲୋକେ ଯତ୍ନ ନେଉଥିଲେ। ଅଭିନେତ୍ରୀଙ୍କ କ୍ୟାରିଅର୍ ଥିଏଟର, ଚଳଚ୍ଚିତ୍ର ଏବଂ ଟେଲିଭିଜନରୁ ହିଁ ଆରମ୍ଭ ହୋଇଥିଲା । ସେ ୧୯୭୮ରେ ରାଜନୌତିକ ଡ୍ରାମା ଚଳଚ୍ଚିତ୍ର ‘କିସା କୁର୍ସି କା’ ଡେବ୍ୟୁ କରିଥିଲେ ।

ସେ ତମାସ୍ (୧୯୮୮), ମାମୋ (୧୯୯୫) ଏବଂ ବଧାଇ ହୋ (୨୦୧୮) ସମେତ ତିନିଥର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ। ସେ ୧୯୮୯ ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କ ପିତା ବାୟୁସେନାରେ ଥିଲେ ଏବଂ ତାଙ୍କ ମା ଜଣେ ଶିକ୍ଷୟତ୍ରୀ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା