Masthead

ବର୍ଷା ପବନରେ ଉଡିଲା ଘର

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲିରେ କାଳବଶାଖୀର ପ୍ରଭାବ ଯୋଗୁଁ ପ୍ରବଳ ଝଡ଼ ତୋଫାନ ଏବଂ କୁଆପଥର ବର୍ଷା ହୋଇ ବହୁ ଲୋକଙ୍କ ଘର ଛପର ଉଡ଼ିଯାଇଛି । ଖାଲି ସେତିକି ନୁହେଁ ଗଛ ଭାଙ୍ଗି ଘର ନଷ୍ଟ ହେବା ସହିତ ଏକର ଏକର ମକା ଓ ପରିବା ଫସଲ ନଷ୍ଟ ହୋଇଥିବା ଜଣା ପଡ଼ିଛି । କାଳବୈଶାଖୀର ପ୍ରଭାବରେ ହଠାତ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା । ମାତ୍ର ୧୫ ରୁ ୨୦ମିନିଟ ମଧ୍ୟରେ ଏହି ଝଡ଼ ତୋଫାନ ସବୁ କିଛି ଛାରଖାର କରି ଦେଇଥିଲା ।

ଝଡ ତୋଫାନରେ ଘରଦ୍ୱାର ନଷ୍ଟ ହେବା ସହିତ ମକା ଏବଂ ପରିବା ଫସଲ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ମନୋତାଶ ଥଲବରୀଙ୍କ ତିନି ଏକର ମକା ଫସଲ ଝଡ଼ ତୋଫାନରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣା ପଡ଼ିଛି । ଝଡ଼ ହେବା ଫଳରେ ମକା ଗଛ ସବୁ ଭାଙ୍ଗି ଯାଇ ମାଟିରେ ମିଶି ଯାଇଛି । ସେହିଭଳି ଉକ୍ତ ଗ୍ରାମର ରାଜକୁମାର ଦାସଙ୍କ ଦୁଇ ଏକର ଫୁଲକୋବି ଚାଷ ଏବଂ ଅଧ ଏକର ଲଙ୍କା ଚାଷ ଏହି ଝଡ଼ ତୋଫାନରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସୂଚନା ମିଳିଛି ।

ଏହି ପରିପେକ୍ଷିରେ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏହି କାଳବୈଶାଖୀ ଯୋଗୁଁ ରାଇଘର ବ୍ଲକର ବିଦ୍ୟୁତ ଯୋଗାଣ ଉପରେ ଘୋର ପ୍ରଭାବ ଦେଖିବାକୁ ମିଳିଛି । ଅଳ୍ପ ସମୟର ଝଡ଼ ତୋଫାନ ରେ ବ୍ୟାପକ କ୍ଷତି ଘଟାଇଛି । ଉମରକୋଟ ଠାରୁ ରାଇଘରକୁ ଆସିଥିବା ୩୩ କେଭିର ୪ ଗୋଟି ବିଦ୍ୟୁତ ପୋଲ ବଙ୍କା ହୋଇଯାଇଛି । ଯାହା ଫଳରେ ବିଦ୍ୟୁତ ଯୋଗାଯୋଗ ବର୍ତ୍ତମାନ ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ