Masthead

ବିଧାନସଭା ଓ ସଂସଦର ରୁଲ, ପ୍ରୋସିଜିୟରକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିଧାନସଭା ଓ ସଂସଦର ରୁଲ ଏବଂ ପ୍ରୋସିଜିୟରକୁ ନେଇ ମୁହାଁମୁହିଁ ହେଲେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ସଂସଦୀୟ ମନ୍ତ୍ରୀ ମୁକେଶ ମହଲିଙ୍ଗ । ଗୋଟେ ଅସଙ୍ଗତି ହୋଇଛି । ତାକୁ ଦୂର କରିବାର ଆବଶ୍ୟକତା ରହିଛି । ବିଧାନସଭା ଆଲୋଚନା ପ୍ରୋସିିଡିଂ ଭିତରେ ରୁହେ । ଯଦି ଏଭଳି ଅସଙ୍ଗତି ପ୍ରୋସିିଡିଂ ଭିତରେ ରହିବ ତେବେ ଆଗାମୀ ଭବିଷ୍ୟ ପିଢ଼ି ପାଇଁ ଭୁଲ ଉଦାହରଣ ହୋଇ ରହିବ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହସ୍ତକ୍ଷେପ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ୨୩ ତାରିଖ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଉପରେ କିଛି ମନ୍ତବ୍ୟ ରଖାଯାଇଛି । ଯାହା ପ୍ରୋସିିଡିଂ ରେ ରହିଛି । ଜୁଲାଇ ୨୩ ତାରିଖ ଦିନ ବିରୋଧୀ ଦଳ ନେତାଙ୍କୁ ‘ଗିରଫ କରାଯାଉ’ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ।

ଏହି ବକ୍ତବ୍ୟକୁ ପ୍ରୋସିିଡିଂ ରୁ ବାଦ ଦିଆଯାଉ ବୋଲି ଦାବି କରିଛନ୍ତି ଅରୁଣ ସାହୁ । ଏହାସହ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି ଅରୁଣ । ନଚେତ ଯଦି ସାହସ ଅଛି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରନ୍ତୁ ବୋଲି କହିଛନ୍ତି ଅରୁଣ । ଉତ୍ତରରେ କାଉଣ୍ଟର କରି ସଂସଦୀୟ ମନ୍ତ୍ରୀ କହିଛନ୍ତି, ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନ ହାନି ହେଲା ଭଳି କିଛି କଥା କହିନାହିଁ । ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଗୃହ ଏହାକୁ ବିଚାର କରୁ ବୋଲି କହିଥିଲି । ବିଜେଡ଼ି ସରକାର ଥିବା ବେଳେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ପାଗଳ ଏବଂ ରାଞ୍ଚି ପଠାଇବା କଥା କହିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କୁ ଲିଖିତ ଭାବେ କହିଛନ୍ତି, ବିଧାନସଭାର ନିୟମାବଳୀରେ ରାଜ୍ୟପାଳ ଅଭିଭାଷଣ ଦେବା ବେଳେ ପଏଣ୍ଟ ଅଫ ଅର୍ଡର ମାଗିବାର ବ୍ୟବସ୍ଥା ନାହିଁ । ରାଜ୍ୟପାଳ କହିବା ବେଳେ ପଏଣ୍ଟ ଅଫ ଅର୍ଡର ଦିଆଯାଏ କି ବୋଲି ପ୍ରଶ୍ନ କଲେ ମୁକେଶ ମହାଲିଙ୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ