Masthead

IIC ବିଉଟି ମହାନ୍ତି ମୃତ୍ୟୁ ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କଟକ (ବଡ଼ ଖବର ବ୍ୟୁରୋ):  ଚାଉଳିଆଗଞ୍ଜ ଥାନା  IIC ବିଉଟି ମହାନ୍ତି ମୃତ୍ୟୁ ମାମଲା ।  ଆସିଲା ବିଉଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ।  ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି କୌଣସି ସ୍ପଷ୍ଟ ସୂଚନା ମିଳିନି ।  କଲ୍‌ ଡିଟେଲ୍ସରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି ପୋଲିସ ।ଆଇଆଇସି ମ୍ୟାଡାମଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ଉଲ୍ଲେଖ ରହିଛି । ଶୁକ୍ରବାର ବିଳମ୍ବିତ ରାତିରେ ଆଇଆଇସି ନିଜ ଥାନା ଭିତରେ ଥିବା ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିଲେ । ବିୟୁଟି ମହାନ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଏହାର ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି ।

କଟକ ପୁଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ କେହି ତାଙ୍କଠାରୁ ଅର୍ଥ ନେଇ ଫେରାଉ ନଥିବା ବା ଠକିଥିବା ବିଷୟ ଏକ କାରଣ ହୋଇପାରେ । ଲାବୋରେଟୋରୀକୁ ପଠାଯାଇଥିବା ତାଙ୍କ ଫୋନ୍ର ଏସ୍ଏଫ୍ଏଲ୍ ରିପୋର୍ଟକୁ ପୁଲିସ ଟିମ୍ ଅପେକ୍ଷା କରିଛି । ଏହି କ୍ରମରେ ବିୟୁଟିଙ୍କ ସିଡିଆର୍ ଶେଷ କଲ୍ ସ୍ୱାମୀ ସମୀରଙ୍କର ଥିଲା ବୋଲି ଜଣାପଡ଼ିଛି । ଯାହା ପୂର୍ବରୁ ବିୟୁଟିଙ୍କ ସ୍ୱାମୀ ନିଜେ କହିଥିଲେ । ସୋମବାର ତଦନ୍ତକାରୀ ଟିମ୍ ବିୟୁଟିଙ୍କ ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଛି । ଥାନାର କର୍ମଚାରୀ, କଟକ ପୁଲିସରେ କାର୍ଯ୍ୟରତ ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ସେପଟେ  IIC ବିଉଟି ମହାନ୍ତି ମୃତ୍ୟୁ ମାମଲାରେ କଟକ ଡିସିପିଙ୍କ ପ୍ରତିକ୍ରିୟା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ସ୍ପଷ୍ଟ । ଏଥିରେ କୌଣସି ଫାଉଲ ପ୍ଲେ ନାହିଁ, ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି କହିଲେ ଡିସିପି । ଫୋନ୍‌ ଲକ୍ ଥିଲା, ଫରେନ୍‌ସିକ୍‌ ବିଶେଷଜ୍ଞ ଖୋଲି ସମସ୍ତ ତଥ୍ୟ ଦେବେ । ୨/୩ ଦିନ ମଧ୍ୟରେ ତଥ୍ୟ ହସ୍ତଗତ ହେବ, ଏଯାଏଁ କାହାକୁ ଅଟକ ରଖାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୀଟନାଶକ ପିଇ ଜୀବନ ହାରିଦେଲେ CRPF ଯବାନ 🔴 IIC ବିଉଟି ମହାନ୍ତି ମୃତ୍ୟୁ ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ 🔴 ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ଭବ୍ୟ ସ୍ୱାଗତ 🔴 ମରୁଭୂମି ପାଲଟିଯିବ ପାକିସ୍ତାନ! 🔴 ଡିସିପି ଇସ୍ତଫା ପଛର କାରଣ ଜାଣନ୍ତୁ… 🔴 ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଟ୍ରାକ୍ଟରରେ ଗଲେ ମନ୍ତ୍ରୀ 🔴 ହଜି ଗଲା ମାନବିକତା 🔴 ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି 🔴 ନାକେଦମ୍‌ କଲାଣି ବର୍ଷା 🔴 କୀଟନାଶକ ପିଇ ଜୀବନ ହାରିଦେଲେ CRPF ଯବାନ 🔴 IIC ବିଉଟି ମହାନ୍ତି ମୃତ୍ୟୁ ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ 🔴 ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ଭବ୍ୟ ସ୍ୱାଗତ 🔴 ମରୁଭୂମି ପାଲଟିଯିବ ପାକିସ୍ତାନ! 🔴 ଡିସିପି ଇସ୍ତଫା ପଛର କାରଣ ଜାଣନ୍ତୁ… 🔴 ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଟ୍ରାକ୍ଟରରେ ଗଲେ ମନ୍ତ୍ରୀ 🔴 ହଜି ଗଲା ମାନବିକତା 🔴 ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି 🔴 ନାକେଦମ୍‌ କଲାଣି ବର୍ଷା