Masthead

କୀଟନାଶକ ପିଇ ଜୀବନ ହାରିଦେଲେ CRPF ଯବାନ

ବାଲିଗୁଡା (ବଡ଼ ଖବର ବ୍ୟୁରୋ): ବାଲିଗୁଡ଼ା ଏନଏସି ଅନ୍ତର୍ଗତ ୫ ନଂ ୱାର୍ଡରେ ଅଘଟଣ। ସିଆପିଏଫ ଯବାନ ଅଶୋକ କୁମାର ବେହେରାଙ୍କ ଆତ୍ମହତ୍ୟା । ଦୀର୍ଘଦିନ ହେବ ପାରିବାରିକ ସମସ୍ୟା ପାଇଁ ଘରେ ଏକୁଟିଆ ରହୁଥିଲେ। ପାରିବାରିକ ସମସ୍ୟାକୁ ନେଇ ଯବାନଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅନ୍ୟତ୍ର ଭଡ଼ା ଘର ନେଇ ରହୁଥିଲେ। ଦୀର୍ଘଦିନ ଧରି ମାନସିକ ଦୁଶ୍ଚିନ୍ତାରେ ଥିଲେ ଯବାନ। ଘରେ ଏକୁଟିଆ ଥିବା ସମୟରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଆଜି ସକାଳେ ବାଲିଗୁଡ଼ା ଥାନା ଅଧିକାରୀ ସମୀର କୁମାର ବେହେରା ଉପସ୍ଥିତିରେ ଘର କବାଟ ଭାଙ୍ଗି ମୁର୍ମୂଷୁ ଅବସ୍ଥାରେ ଯବାନଙ୍କୁ ତାଙ୍କ ନିଜ ବାସଭବନରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ୍ ସେ ଏକ ମାସ ହେବ ଛୁଟି ନେଇ ବାଲିଗୁଡ଼ା ଆସିଥିଲେ । ଶେଷ ସମୟରେ ଶ୍ରୀନଗରରେ ଡ୍ୟୁଟି କରୁଥଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ