ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୩୦ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ବିଭିନ୍ନ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ସୁଦ୍ଧା ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା, ୪୭ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।

ସେପଟେ ଲଗାଣ ବର୍ଷାରେ ପୁଣି ଫୁଲିଛି ନଦୀ ।  ବିପଦ ସଙ୍କେତ ଟପିଛି ବୈତରଣୀ ।  ବନ୍ୟା ଦୁର୍ଦ୍ଦଶା କମିନଥିବାବେଳେ  ନଦୀ ଫୁଲିବାରୁ ତଳି ଅଞ୍ଚଳ ଲୋକଙ୍କ  ଭୟ ବଢ଼ିଛି । ସାଳନ୍ଦୀ ନଦୀ ମଧ୍ୟ  ବିପଦ ସଙ୍କେତ ପାଖରେ ପହଞ୍ଚିଛି ।  ବନ୍ୟା ଯୋଗୁ ବାଲେଶ୍ୱର, ଭଦ୍ରକ,  କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା  ଓ କଳାହାଣ୍ଡି ଜିଲ୍ଲାର ୨୧ଟି ବ୍ଲକ୍‌  ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ବର୍ଷା ଓ ବନ୍ୟା  ପରିସ୍ଥିତି ଉପରେ ନଜର ରହିଥିବା ନେଇ  ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସ୍ଥିତିକୁ  ୨୪ ଘଣ୍ଟା ନିରୀକ୍ଷଣ କରାଯାଉଛି । ଉତ୍ତର  ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ  ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ  ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ  ଉପରେ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା  ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ।  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,  ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି  ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗତ  ୨୪ ଘଣ୍ଟାରେ ରାଜ୍ୟର ହାରାହାରି ୩୨.୯  ମିମି ବର୍ଷା ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ