Before Header

ଭୟଙ୍କର ହେଉଛି ଇସ୍ରାଏଲ ହମାସ ଯୁଦ୍ଧ, ସାଧାରଣ ଲୋକେ ଗାଜା ଛାଡ଼ିବା ପରେ ଆକ୍ରମଣ କରିବ ଇସ୍ରାଏଲ

0 82

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୯ ଦିନରେ ପହଞ୍ଚିଲାଣି ଇସ୍ରାଏଲ ହମାସ ଯୁଦ୍ଧ । ଗାଜା ଭିତରେ ପଶି ହମାସ ଆତଙ୍କୀଙ୍କୁ ସଫା କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ। ହମାସ ଆତଙ୍କୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ୍ ସହ ମୁତୟନ ହୋଇଛନ୍ତି ୪ ଲକ୍ଷରୁ ଅଧିକ ସୈନିକ। ଗାଜାରୁ ସାଧାରଣ ଲୋକ ଖାଲି ହେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଲୋକ ଖାଲି ହେବା ପରେ ଆକ୍ରମଣ ପାଇଁ ଯୋଜନା କରିଛି ଇସ୍ରାଏଲ । ଏଥିପାଇଁ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ।

ଏହାରି ଭିତରେ ଭୟରେ ଲୋକେ ଗାଜା ଛାଡୁଥିବାର ଚିତ୍ର ସାମ୍ନାକୁ ଆସିଛି । ଉତ୍ତର ଗାଜାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେତାବନୀ ପରେ ଏବେ ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହୋଇଛନ୍ତି ଲୋକେ । ମୃତ୍ୟୁ ଭୟରେ ଗାଜାବାସୀ ଅନ୍ୟତ୍ର ବିସ୍ଥାପିତ ହେଉଛନ୍ତି । ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ପାଖାପାଖି ୧୧ ଲକ୍ଷ ଲୋକ ଏବେ ବିସ୍ଥାପିତ ହେଉଛନ୍ତି ।

ଗାଜାରେ ୨,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗାଜାରେ ସ୍ଥିତି ଏବେ ଭୟଙ୍କର ଥିବା ନେଇ ଜାତିସଂଘ ପକ୍ଷରୁ କୁହାଯାଇଛି । ହମାସ ଆତଙ୍କବାଦୀମାନେ ଟନେଲ ଭିତରେ ଲୁଚି ରହିଥିବାରୁ ବୁଲଡୋଜର ନେଇ ବଙ୍କର ତାଡିବାକୁ ଯୋଜନା କରିଛି ଇସ୍ରାଏଲ । ଗାଜାରେ ଏଭଳି ସ୍ଥିତି ପାଇଁ ହମାସ ଦାୟୀ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।

Leave A Reply

Your email address will not be published.