ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ନିର୍ବାଚନୀ ପ୍ରଚାର । ଆଜି ‘WHY I STAND FOR’ ମିଟିଂ । ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପାଇଁ ବ୍ୟାପକ ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କ ଆଗରେ ନିଜର ମତ ରଖିବେ ଛାତ୍ର ନେତା । ଏହା ହେଉଛି ପ୍ରାର୍ଥୀଙ୍କ ପାଇଁ ଭୋଟରମାନଙ୍କୁ ପ୍ରଭାବିତ କରିବାର ଶେଷ ସୁଯୋଗ। ଗତ ୭ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସ୍ ରାଜନୀତି ସରଗରମ ହୋଇଛି ।
ରାଜ୍ୟର ତିନି ପ୍ରମୁଖ ଛାତ୍ର ସଂଗଠନ ଏବିଭିପି, ବିସିଜେଡି ଏବଂ ଏନଏସ୍ୟୁଆଇ ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଛକାପଞ୍ଝା ସ୍ଥିତି ଦେଖିବାକୁ ମିଳିଛି । କଲେଜ ଭିତ୍ତିଭୂମିର ଉନ୍ନତିକରଣ ସହ ବିଭିନ୍ନ ପ୍ରସଙ୍ଗ ଧରି ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ମଙ୍ଗଳବାର ଜମିଥିଲା ଶେଷ ଦିନର ପ୍ରଚାର। କାଲି ପଡ଼ିବ ଭୋଟ୍, ସଂଧ୍ୟା ସୁଦ୍ଧା ଫଳାଫଳ ।