Masthead

ଗିରଫ ହେଲେ ଅଭିନେତା ଅରମାନ୍ କୋହଲି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ ):  ବଡ ଧରଣର ଡ୍ରଗସ୍ ଲିଙ୍କ୍ ମାମଲାରେ ଅଭିନେତା ଅରମାନ୍ କୋହଲି ଗିରଫ । ଡ୍ରଗସ କାରାବାର ସହ ସମ୍ପୃକ୍ତ ଥିବା ଜାଣି ଗତ ଶନିବାର ରାତିରେ ଅଭିନେତା ଅରମାନ୍ କୋହଲିଙ୍କ ଘରେ ଏନସିବି ଅଧିକରୀ ଚଢାଉ କରିଥିଲେ । ଆଉ ଆଜି ଅରମାନ୍ କୋହଲିଙ୍କୁ ଗିରଫ କରିଛି ଏନସିବି । ଅରମାନ କୋହଲି ‘ଜାନି ଦୁଷ୍ମନ’ ଏବଂ ‘ପ୍ରେମ ରତନ ଧନପାୟୋ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଟିଭିର ଲୋକପ୍ରୀୟ ରିଆଲିଟି ସୋ ‘ବିଗ୍ ବସ୍ ‘ ର ସିଜିନ ୭ ରେ ଅରମାନ କୋହଲିଙ୍କୁ ଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ଏହି ଡ୍ରଗସ ଲିଙ୍କ୍ ମାମଲାରେ କିଛି ଅଭିନେତାଙ୍କୁ ମଧ୍ୟ ଏନସିବି ସମନ ପାଇଁ ନୋଟିସ ଜାରି କରିଥିଲା ।

ବଲିଉଡ୍ ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଡ୍ରଗସ୍ ଲିଙ୍କର ଗୁମର ଫିଟିଥିଲା ।ଆଉ ଏହା ପରେ ସାମ୍ନାକୁ ଆସିଥିଲେ ଅନେକ ଅଭିନେତା ଓ ଅଭିନେତ୍ରୀ । ଡ୍ରଗସ୍ କାରବାରରେ ଚଳିଚ୍ଚିତ୍ର ଜଗତର ତାରକା ମାନେ ସମ୍ପୃ୍କ୍ତ ଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପଟେ ଆଜି ଡ୍ରଗ୍ ପେଡଲର ଅଜୟ ରାଜ୍ଜୁ ସିଂହ ଙ୍କୁ ଏନସିବି ର ପଚରାଉଚରା ପରେ ଅଜୟ ଅରମାନ କୋହଲିଙ୍କ ନାଁ ନେଇଥିଲେ । ଏହା ପରେ ଏନସିବି ଦଳ ଆନେ୍ଧରି ଅଞ୍ଚଳରେ ଥିବା ଅରମାନଙ୍କ ଘରେ ଚଢାଉ କରିଥିଲା । ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡ କହିଛନ୍ତି ଯେ ଏହି ଚଢାଉ ପରେ ଅରମାନ କୋହଲିଙ୍କ ଠାରୁ କିଛି ପରିମାଣର କୋକେନ ଜବତ ହୋଇଛି । ତେବେ ଅରମାନଙ୍କ ସହ ଡ୍ରଗ୍ ଡିଲର ଅଜୟଙ୍କୁ ଧ୍ୟ ଗିରଫ କରିଛି ପୋଲିସ । ଉଭୟଙ୍କୁ ରବିବାର ମାଜିଷ୍ଟ୍ରେଟ୍  ପାଖରେ ହାଜର ହେବାକୁ କୁହାଯାଇଛି ।ତେବେ ଅରମାନ୍ କୋହଲି ଏଭଳି ସ୍କାନରକୁ ଆସିବା ପ୍ରଥମ ଥର ନୁହେଁ , ୨୦୧୮ ମସିହାରେ , ଅଧିକ ମଦ ବୋତଲ ରଖିବା ଅଭିଯୋଗରେ ଏକ୍ସାଇଜ ବିଭାଗ ଅରମାନ କୋହଲିଙ୍କୁ ଗିରଫ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା