ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବୀ

ନୟାଗଡ(ବଡ଼ ଖବର ବ୍ୟୁରୋ): ପରୀ ହତ୍ୟା ମାମଲାରେ ଥମୁନି ବିବାଦ । ନୟାଗଡର ପରୀ କେସରେ ଆସିଛି ଆଉ ଏକ ମୋଡ । ସରୋଜ ପରେ ଏବେ ଅନ୍ୟ ଜଣଙ୍କର ହେବାକୁ ଯାଉଛି ପଲିଗ୍ରାଫ ଟେଷ୍ଟ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ପରୀ ହତ୍ୟା ମାମଲାକୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା ଦାୟର ହୋଇଛି । ପରୀ କେସରେ ଏଫଆଇଆରରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବା ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି ।

ଅନ୍ୟତମ ସନ୍ଦିଗ୍ଧ ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି କୋର୍ଟରେ ଆବେଦନ ହୋଇଛି । ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ପରେ ଅଭିଯୁକ୍ତ ସରୋଜକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ହତ୍ୟା କରିଥିବା ନେଇ ନିଜେ ମାନିଛି ବୋଲି ଏସଆଇଟି ପକ୍ଷରୁ କୁହାଯାଇଥିଲା । ତେବେ ଏସଆଇଟି ତଦନ୍ତ ପରେ ବି ପରୀର ବାପା ମା’ ବାବୁଲି ନାୟକ ବିରୋଧରେ ଅଭିଯୋଗ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ