Masthead

ପରକ୍ରୀୟା ପ୍ରୀତି ସନ୍ଦେହ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ପରକ୍ରୀୟା ପ୍ରିତି ନେଲା ସ୍ତ୍ରୀର ଜୀବନ । ଭିଣୋଇ ସହ ବାଇକରେ ବସି ବାପା ଘର ଯିବା ହେଲା କାଳ । ସୁକିନ୍ଦା ଥାନା ବନ୍ଧଗାଁ ଗ୍ରାମପଞ୍ଚାୟତ ରାଙ୍କିଆ ବୁରୁ ସାହିରେ ପରକ୍ରୀୟା ପ୍ରିତି ସନ୍ଦେହରେ ସ୍ତ୍ରୀ ର ତଣ୍ଟିକୁ ଚିପି ଅତି ନୃଶଂସ ଭାବରେ ହତ୍ୟା କଲା ସ୍ୱାମୀ । ତେବେ ସ୍ତ୍ରୀକୁ ହତ୍ୟା କରିବା ପୂର୍ବରୁ ସ୍ତ୍ରୀର ବଡ଼ ଭଉଣୀକୁ ଫୋନ୍ କରି ଶୁଣାଉଥିଲା ସ୍ତ୍ରୀର ବିକଳ ଚିତ୍କାର । ଏଭଳ ବିଭତ୍ସ ହତ୍ୟା କାଣ୍ତ ପରେ ସ୍ୱାମୀକୁ ଗିରଫ କାଲ ସୁକିନ୍ଦା ପୋଲିସ୍ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ରାଙ୍କିଆ ବୁରୁ ସାହି ଗ୍ରାମ ରେ ଦେଖିବାକୁ ମିଳିଛି ଏଭଳି ବିଭତ୍ସ ହତ୍ୟା ।

ଗ୍ରାମର ବସନ୍ତ ବେହେରା ନିଜ ସ୍ତ୍ରୀ ପିଙ୍କି ବେହେରାଙ୍କ ଚରିତ୍ର କୁ ସନ୍ଦେହ କରି ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ସୁକିନ୍ଦା ପୋଲସ୍ ପଂହଚି ଅଭିଯୁକ୍ତ ସ୍ୱାମୀ ବସନ୍ତକୁ ଗିରଫ କରିବା ସହ ସୁକିନ୍ଦା ଥାନା ରେ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି । ସୂଚନା ଅନୁସାରେ ମଙ୍ଗଳବାର ସ୍ତ୍ରୀ ପିଙ୍କି ନିଜ ଭିଣେଇ ସହ କୁଆଡେ ବୁଲିବାକୁ ଯାଇଥିବା ଖବର ପାଇ ଭୁବନେଶ୍ବରରୁ ଉତ୍ତେଜିତ୍ ଅବସ୍ଥାରେ ରାତ୍ରୀ ୨ ଟା ସମୟରେ ଆସି ଘରେ ପଂହଚିଥିଲା ବସନ୍ତ ।

ପରେ ସ୍ତ୍ରୀ ପିଙ୍କିକୁ ମାଡ଼ ମାରି ସବୁ ପଚରା ଉପରା କରିବା ପରେ ସ୍ତ୍ରୀ ର ବଡ଼ ଭଉଣୀ ଙ୍କୁ ଫୋନ୍ କରି ସେ ନିଜ ସ୍ତ୍ରୀର ହତ୍ୟା କରୁଛି ବୋଲି କହିଥିଲା । ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିବା ବେଳେ ସ୍ବାମୀ ବସନ୍ତ ବେହେରା ଙ୍କ ସହ ବସନ୍ତ ଙ୍କ ବଡ଼ ଭାଇ ଓ ଭାଉଜ ଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ସୁକିନ୍ଦା ପୋଲସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା