Masthead

ବିବାଦରେ ଅମିର ଖାନ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ ) : ପୁଣିଥରେ ବିବାଦକୁ ଟାଣିହୋଇ ଆସିଛନ୍ତି ବଲିଉଡ଼ ସୁପରଷ୍ଟାର ଆମୀର ଖାନ୍ । ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସେ ମାହିର, ହେଲେ ନିଜ ରିଲି ଏବଂ ରିଅଲ୍ ଲାଇଫକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ସୁପରଷ୍ଟାର ଷ୍ଟାର । ସାଙ୍ଘାତିକ ଅଭିଯୋଗ ଆସିଛି ଆମୀର ଖାନଙ୍କ ନାଁରେ | ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ ସିଂ ଚଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଆମୀର | ବର୍ତ୍ତମାନ ଏହି ସୁଟିଂ ସେ ଲଦାଖରେ କରୁଛନ୍ତି । ଖ୍ରୀଷ୍ଟମାସରେ ରିଲିଜ୍ କରିବାକୁ ଚାହୁଁଛନ୍ତି ତାଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂ ଚଡା’, ସେଥିପାଇଁ ଏହାର ସୁଟିଂକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି ଅମୀର | ଲଦାଖରେ ସୁଟିଂ ସମୟରେ ଆମୀର ଏବଂ ତାଙ୍କ ଟିମ୍ ଉପରେ ପ୍ରଦୂଷଣ ବିସ୍ତାର କରିଥିବା ଅଭିଯୋଗ ହୋଇଛି ।

ସୋସିଆଲ ମିଡିଆରେ ଏଥିପାଇଁ ତାଙ୍କୁ ତାଗିଦ କରାଯାଇଛି । ନିକଟରେ ଜଣେ ଟ୍ୱିଟର ୟୁଜର୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଜଣାପଡିଥିଲା ଯେ ଲଦାଖର ୱାଖା ଗାଁଟି ବିଶେଷ ଭାବେ ପ୍ରଦୂଷିତ ହୋଇଛି । ଏବଂ ଏହି ଭିଡିଓ ପୋଷ୍ଟ କରିବା ବେଳେ ଏହାର କ୍ୟାପସନରେ ଲେଖାଯାଇଛି, ‘ଏହା ବଲିଉଡ ଷ୍ଟାର ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡା’ ପାଇଁ ଲଦାଖର ୱାଖା ଗ୍ରାମବାସୀଙ୍କୁ ତାଙ୍କର ଉପହାର । ସେପଟେ ଅମୀର ଖାନ ନିଜେ ସତ୍ୟମେବ ଜୟତେରେ ପରିବେଶ ସଫା କରିବା ବିଷୟରେ କହିଥିବା ବେଳେ ନିଜ ଫିଲ୍ମ ସୁଟିଂ ସମୟରେ କିଭଳି ଭାବେ ପରିବେଶ ପ୍ରତି ଗୁରୁତ୍ୱ ନଦେଲେ | ଏବେ ନିଜ ଉପରକୁ ଦୋଷ ଆସିଲା ବେଳକୁ ତାହା ହିଁ ଘଟେ ବୋଲି କହିଛନ୍ତି ଅମୀର । ଆମୀରଙ୍କ ଟିମର ଏଭଳି କାର୍ଯ୍ୟକଳାପ ଦେଖି ସେଠାକାର ବସବାସ କରୁଥିବା ଲୋକେ ବିଶେଷ ରୂପେ ନିରାଶ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି