Masthead

ଅନ୍ୟ ଏକ ରୋଗ ଚିହ୍ନଟ: ଜାଣନ୍ତୁ ରୋଗର ନାମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତିପରେ ଲୋକଙ୍କଠାରେ ଆହୁରି ଅନେକ ସମସ୍ୟା ଦେଖିବାକୁ ମିଳୁଛି । ମ୍ୟୁକୋରମାଇକସିସ୍ ବା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କଠାରେ ଆଉ ଏକ ନୂଆରୋଗ ଦେଖିବାକୁ ମିଳୁଛି । ସେହି ନୂଆ ରୋଗକୁ ଆଭାସ୍କୁଲାର ନେକ୍ରୋସିସ୍ କୁହାଯାଉଛି । ଆଭାସ୍କୁଲାର ନେକ୍ରୋସିସ୍ ରୋଗ ହେଲେ ରୋଗୀର ହାଡ଼ ଧୀରେ ଧୀରେ ମିଳେଇ ଯାଉଛି ।

ଆଭାସ୍କୁଲାର ନେକ୍ରୋସିସ ରୋଗୀଙ୍କ ଶରୀର ରକ୍ତ ଅସ୍ଥି ଟିସୁରେ ଠିକ୍ ପହଞ୍ଚୁ ନାହିଁ । ଫଳରେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହେବା ସହ ମରିଯାଉଛି । ଡାକ୍ତରଙ୍କ କଥାନୁସାରେ ହାତ ମିଳାଇଯାଉଛି । ମାୟାନଗରୀ ମୁମ୍ବାଇରେ ଆଭାସ୍କୁଲାର ନେକ୍ରୋସିସ୍ ରୋଗ ଦେଖିବାକୁ ମିଳିଛି । ୩ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ଆଗାମୀ କିଛି ଦିନ ମଧ୍ୟରେ ଏହି ମାମଲା ଆହୁରି ବଢିପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି । ଷ୍ଟେରଏଡଗୁଡିକ ବ୍ଲାକ୍ ଫଙ୍ଗସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ରୋଗର ମୁଖ୍ୟ କାରଣ ବୋଲି ଡାକ୍ତରମାନେ କହୁଛନ୍ତି । କୋଭିଡ ରୋଗୀଙ୍କୁ ଭଲ କରିବା ପାଇଁ ଷ୍ଟେରଏଡ ଅନେକ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪୦ ବର୍ଷରୁ କମ୍ ତିନିଜଣ ଆଭାସ୍କୁଲାର୍ ନେକ୍ରୋସିସରେ ଆକ୍ରାନ୍ତ ହୋଇ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା