Masthead

‘ବଡ଼ ଖବର’ର ମହାପ୍ରଭାବ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବଡ଼ ଖବରରେ ଖବର ପ୍ରକାଶିତ ହେବା ପରେ ଦୁଇ ପରିବାରକୁ ମିଳିଛି ବିଦ୍ୟୁତ ସଂଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତ ମାଣିପୁର ଗାଁର ଅମୂଲ୍ୟ ଦାସ ଏବଂ ଅଚ୍ୟୁତାନନ୍ଦ ଦାସଙ୍କ ଘରକୁ ମିଳିଛି ବିଦ୍ୟୁତ୍ ସଂଯୋଗ । ଏହି ଦୁଇ ପରିବାର ଭଦ୍ରକ-ଧାମରା ରେଳପଥ ପାଇଁ ବିସ୍ଥାପିତ ହୋଇ ଗାଁଠାରୁ କିଛି ଦୂରରେ ଘରକରି ରହୁଛନ୍ତି। ଧାନ କ୍ଷେତ ପରିବେଷ୍ଟିତ ନିର୍ଜନ ଜାଗାରେ ଘର ହୋଇଥିବାରୁ ଜୀବଜନ୍ତୁଙ୍କ ଭୟରେ ସୂର୍ଯ୍ୟାସ୍ତ ପରେ ପଡ଼ୁଛି ତାଟି କବାଟ ଆଉ ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲାଏ। ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ ସେମାନଙ୍କ ଘର ପାଖରେ ପୋତା ଯାଇଥିବା ଖୁଣ୍ଟରେ ବିଦ୍ୟୁତ ସଂଯୋଗ ହୋଇସାରିଛି ମାତ୍ର ଘରକୁ ସଂଯୋଗ କରାଇ ଦେଉ ନ ଥିଲେ ଗ୍ରାମବାସୀ। ଆମର ଛୋଟ ଟ୍ରାନ୍ସଫର୍ମର, ବଡ଼ ଆସିଲେ ତୁମେ ନେବ କହି ଗ୍ରାମବାସୀ ତାର ସଂଯୋଗ କରାଇ ଦେଉ ନ ଥିଲେ । ସରକାରଙ୍କ ତରଫରୁ ମିଳିଥିବା କିଟ୍ ମଧ୍ୟ ଫେରାଇ ନେଇଥିବା ଅଭିଯୋଗ କରିଥିଲେ ଦୁଇ ପରିବାର। ଏ ବିଷୟରେ ଉଭୟ ପରିବାର, କନିଷ୍ଠ ଯନ୍ତ୍ରୀ, ଏସଡିଓ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର ଫଳ ଶୂନ। ବଡ଼ ଖବରରେ ଏ ସମ୍ପର୍କିତ ଖବର ପ୍ରକାଶ ପରେ ପରିବାର ଦୁଇଟିକୁ ଦିଆଯାଇଛି ବିଦ୍ୟୁତ୍ ସଂଯୋଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ