Masthead

ବିଜେଡିରେ ବର୍ଷା କ୍ରେଜ୍, କର୍ମୀଙ୍କୁ ଦରକାର ଅମର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଡ଼ଚଣାର ବିଜେଡି ନେତା କିଏ? ଶଙ୍ଖ ଦଳ ହୋଇପଡିଛି ଏବେ ନେତା ଶୂନ୍ୟ! ଅମର ନା ବର୍ଷା, କାହାରି ନାହିଁ ଦେଖା । ନବୀନ ନେଲେ ନିର୍ବାଚନ ମଣ୍ଡଳୀ ବୈଠକ । ଉପସ୍ଥିତ ନଥିଲେ ଅମର ଓ ବର୍ଷା! ନିକଟରେ ନବୀନ ନିବାସରେ ପିଆରଆଇ ମେମ୍ବର ଏବଂ ଆଗଧାଡିର ନେତାଙ୍କୁ ନେଇ ହୋଇଥିଲା ମାନସମନ୍ଥନ । କିନ୍ତୁ ଦୁହିଁଙ୍କର ଦେଖା ମିଳିନଥିବା କୁହାଯାଉଛି । ଅମର ଓ ବର୍ଷା ଆସିନଥିଲେ ନା ଡକାଯାଇନଥିଲା? ବର୍ଷ ବର୍ଷ ଧରି ଗଡ଼କୁ ସମ୍ଭାଳି ଆସୁଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ୨୦୨୪ ନିର୍ବାଚନରେ ଟିକେଟରୁ ବାଦ ଦେଇଥିଲା ଦଳ । ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଥିଲେ ନବୀନ । ହେଲେ ଇଲେକ୍ସନ ସରିବାର କେଇ ଦିନ ପରେ ସୁପ୍ରିମୋଙ୍କ ବୈଠକରେ ଅନୁପସ୍ଥିତ ବଡ଼ଚଣା ବିଜେଡିରେ ହଲଚଲ ସୃଷ୍ଟି କରିଛି ।

ବଡ଼ଚଣାରେ ଏବେ କାହାକୁ ନେତାମାନିବେ କର୍ମୀ? ଅମରଙ୍କ ଟିକେଟ କାଟିବା ପରେ ଏମିତିରେ ବି ଦଳ ଗଡକୁ ହରାଇସାରିଛି । ଶଙ୍ଖ ସ୍ଥାନ ନେଇଛି ପଦ୍ମ । ସେହି ଦିନ ଠାରୁ ନିଜର କ୍ଷୋଭ ପ୍ରକାଶ କରିଆସୁଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ଖାଲି ସେତିକି ନୁହେଁ ଦଳର ସଦସ୍ୟତା ଗ୍ରହଣ କରିନଥିବା ବି ପ୍ରକାଶ କରିଛନ୍ତି । କିନ୍ତୁ ଏବେ ଯାଏଁ ଦଳ ତାଙ୍କ ଉପରେ ଆକ୍ସନ ନେଇନାହିଁ କି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ଯାହା ପାଇଁ ଅମରଙ୍କୁ ନେଇ ଏବେ ତୃଣମୂଳ ସ୍ତରରେ ବିଜେଡି କର୍ମୀ ବି ଅମର ଦଳରେ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇପାରୁନାହାନ୍ତି । ଏହାର ଫାଇଦା ନେବା ବଦଳରେ ଦଳ ହାତ ବର୍ଷା ପ୍ରିୟଦର୍ଶିନୀ ଛାଡ଼ିଦେଇଥିବା ଆଲୋଚନା ହେଲାଣି । ବର୍ଷା ନା ନିର୍ବାଚନ ମଣ୍ଡଳୀକୁ ଯାଉଛନ୍ତି ନା ନବୀନ ନିବାସରେ ହେଉଥିବା ବୈଠକୁ । ଯାହାକୁ ନେଇ ଏବେ ବଡ଼ଚଣା ବିଜେଡିର ସ୍ଥିତି ପୁରା ବେହାଲ ହୋଇପଡିଥିବା ବାରିହେଉଛି । ବର୍ଷାଙ୍କୁ ବିଜେଡି ଅଣଦେଖା କରୁଛି ନା ନିଜେ ନିଜକୁ ଦଳରୁ ଦୂରାଇ ରଖିଛନ୍ତି । କୁହାଯାଉଛି ଯଦି ବର୍ଷାଙ୍କୁ ଦଳ ଦୂରାଇ ରଖିଥାଏ ତେବେ କେବଳ ଅମର ଶତପଥୀଙ୍କ ପାଇଁ ।

କାହିଁକି ନା ଅମର ଶତପଥୀଙ୍କୁ ନେଇ କଣ ପଦକ୍ଷପ ନିଆଯିବ ତାହା ବିଚାରକୁ ନେଇ ପାରୁନାହାନ୍ତି ବିଜେଡି ପାର୍ଟି ମୁଖିୁଆ । ଯେବେ ବି ଅମରଙ୍କୁ ନେଇ ଦଳ କିଛି ନିଷ୍ପତ୍ତି ନେଇଛି ସେ ସବୁବେଳେ ଭାରି ହୋଇପଡୁଛନ୍ତି । ଆଉ ଏଭଳି ସ୍ଥିତିରେ ବର୍ଷାଙ୍କୁ ବି ବଡଚଣା ବିଜେଡି ଗ୍ରହଣ କରିପାରୁନାହିଁ । ନବୀନ ନିବାସରେ ଶନିବାର ହୋଇଥିବା ବୈଠକରେ ଅମରଙ୍କୁ ପୁଣି ଦଳ ଦାୟିତ୍ୱ ଦେବାକୁ କୁଆଡେ ନବୀନଙ୍କୁ ଦାବୀ କରିଛନ୍ତି ବଡ଼ଚଣାରୁ ଆସିଥିବା ନେତା । ନଚେତ ପରିସ୍ଥିତି ଭୟଙ୍କର ହେବାର ଚେତାବନୀ ବି ଦେଇ ଫେରିଯାଇଛନ୍ତି । ଏବେ କ’ଣ ହେବ ବଡ଼ଚଣା ବିଜେଡିର ରଣନୀତି । ନବୀନ କାହାକୁ ରଖିବେ କାହାକୁ ଛାଡିବେ ତାକୁ ନେଇ ଚିନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ