Masthead

ବକୁଳବନ ପାଇଁ ଲଢ଼ିବ ‘ବଡ଼ ଖବର’

ଭୁବନେଶ୍ୱର: ଆଜି ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ । ସମସ୍ତେ ଉତ୍କଳମଣିଙ୍କୁ ମନେ ପକାଉଛନ୍ତି, ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ତାଙ୍କର ସ୍ମୃତିଚାରଣ କରାଯାଉଛି । ତେବେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଓ କର୍ମସ୍ଥଳ ବକୁଳବନର ସ୍ଥିତି ଏବେ ବି ସୁଧୁରି ନାହିଁ । ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି ।

 ସେପଟେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆଦର୍ଶରେ ଚାଲିବା କଥା କହିଛନ୍ତି ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ଏହା ସହ ସେ ବକୁଳବନକୁ ନେଇ ଅତୀତର ଅଭିଯାନ ଓ ଭବିଷ୍ୟତର ଲଢ଼େଇ ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି ।

ନିଜର ଫେସବୁକ୍ ପୃଷ୍ଠାରେ ମୁଖ୍ୟ ସମ୍ପାଦକ ଲେଖିଛନ୍ତି, “ପର ହିତରେ ନିଜର ସର୍ବସ୍ୱ ସମର୍ପି ଦେଇଥିବା, ଦେଶର ମାଟିରେ ନିଜକୁ ମିଶେଇଥିବା, ସେବାର ସର୍ବଶ୍ରେଷ୍ଠ କିମ୍ବଦନ୍ତୀ, ଖାଲି ଉତ୍କଳ କାହିଁକି ସମଗ୍ର ଭାରତର ମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀରେ ଶତ ପ୍ରଣାମ । ଆମ ପାଇଁ ସେ ପ୍ରେରଣାର ଉତ୍ସ, ପଥ ପ୍ରଦର୍ଶକ । ତାଙ୍କରି ଆଦର୍ଶକୁ ପାଥେୟ କରି ଆଗରୁ ବଢ଼ିବାକୁ ହେବ ।

 

ଅନ୍ୟର ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏଭଳି ମହାମାନବ ଓଡ଼ିଶାର ଜନ୍ମ ଗ୍ରହଣ କରିଥିଲେ, ଯାହା ଆମ ପାଇଁ ଅତ୍ୟନ୍ତ ଗର୍ବର କଥା । ତେବେ ଆମେ ତାଙ୍କ ଅବର୍ତ୍ତମାନରେ ପୂଜ୍ୟପୂଜାର ବାସ୍ତବ ଧର୍ମ ନିର୍ବାହ କରିଛନ୍ତି କି? ତାଙ୍କ ଜନ୍ମସ୍ଥାନ ସୁଆଣ୍ଡୋ, ସାଧନାସ୍ଥଳ ବକୁଳବନକୁ ଦେଖିଲେ ଉତ୍ତର ନିଶ୍ଚିତ ଭାବେ ‘ନା’ ହିଁ ହେବ । ତେବେ ମୋର ପୂର୍ବତନ ଚ୍ୟାନେଲର ସମ୍ପାଦକ ଭାବେ ଯଥାସମ୍ଭବ ଚେଷ୍ଟା କରିଥିଲି ସତ୍ୟବାଦୀ ବକୁଳବନର ସୁରକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ । ପଞ୍ଚସଖାଙ୍କ ସ୍ମୃତିରେ ସେଠାରେ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ ସ୍ଥାପନ ପାଇଁ । ସେତେବେଳେ ଆମର ଲଗାତାର ଅଭିଯାନ ପାଇଁ ସରକାର ଦାବିଗୁଡ଼ିକ ମାନି ନେଇଥିଲେ । ହେଲେ ଏ ଯାଏଁ ସେ କାର୍ଯ୍ୟ କେବଳ ଘୋଷଣାର ରହିଯାଇଛି । ଲାଗୁଛି, ଅଧୁରା ଥିବା ସେହି କାର୍ଯ୍ୟ ‘ବଡ଼ ଖବର’ ଜରିଆରେ ପୂରା କରିବାକୁ ହେବ । ଏଥିପାଇଁ ଆପଣ ସମସ୍ତଙ୍କ ସହଯୋଗ ଦରକାର ହେବ ।
ବନ୍ଦେ ଉତ୍କଳ ଜନନୀ ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା