Masthead

ଦିଦିଙ୍କ ମନମାନିରେ ଚାଲିଛି ଅଙ୍ଗନୱାଡି

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ରାଜ୍ୟ ଓ କେନ୍ଦ୍ରସରକାର ପିଲାଙ୍କୁ ପ୍ରାକ୍ ଶିକ୍ଷା ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲି ଶିକ୍ଷା ସହିତ ପୃଷ୍ଟିକର ଆହାର ଯୋଗାଇ ଥାଆନ୍ତି। ତେବେ କିଛି ଅଙ୍ଗନୱାଡି ସେଣ୍ଟରରେ ଦିଦିମାନଙ୍କର ମନମାନି ତଥା ଏକଚାଟିଆ ବ୍ୟବହାରରେ ଅତିଷ୍ଠ ପିଲା ତଥା ଅଭିଭାବକ। ତେବେ ଏପରି ଏକ ଅଭିଯୋଗ ଆସିଛି ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତର ବୁଢିରାଣୀ ଅଙ୍ଗନୱାଡି ସେଣ୍ଟରରେ ।

ସେଣ୍ଟରର ଦିଦି ସରକାରୀ ଗାଇଡଲାଇନକୁ ଅମାନ୍ୟ କରି ନିମ୍ନମାନର ଖାଦ୍ୟ, କମ୍ ଅଣ୍ଡା ତଥା ପିଲା ତଥା ଅଭିଭାବକମାନଙ୍କୁ ଉଚିତ୍ ବ୍ୟବହାର ଦେଖାଉନଥିବା ଅଭିଯୋଗ ହୋଇଛି। ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ପାତର ଅନ୍ତର ଘଟଣା ଦେଖିବାକୁ ମିଳୁଛି। ତେବେ ପିଲାଙ୍କ ମାଆମାନେ ଏହାର ପ୍ରତିବାଦ କଲେ ବିଭିନ୍ନ ଧମକ ମିଳୁଥିବାର ଅଭିଯୋଗ ହୋଇଛି। ତେବେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଅଙ୍ଗନୱାଡି ଦିଦିଙ୍କୁ ଅଭିଯୋଗ ବାବଦରେ ଗଣମାଧ୍ୟମ ପକ୍ଷରୁ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି କହିବେନି ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ