Masthead

ବିଜେପିର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଗଡ଼ମାଣତୀରର ମା’ରାମଚଣ୍ଡୀଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର ଦକ୍ଷିଣ ବେଗୁନିଆ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ମାର୍ଗଦର୍ଶନ କରିଥିଲେ ।

ଏହି ଏକ ଦିନିଆ ପ୍ରଶିକ୍ଷଣ ଶିବିରରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ପୂର୍ବତନ ସଭାପତି ଅଜୟ ମିଶ୍ର, ଜିଲ୍ଲାର ସାଧାରଣ ସମ୍ପାଦକ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବେଗୁନିଆ ପ୍ରତିନିଧି ପ୍ରକାଶ ବିଜୁଳି, ଲୋତକ ବିନ୍ଦୁ ପଟ୍ଟନାୟକ, ପ୍ରତାପଚନ୍ଦ୍ର ମହାପାତ୍ର ଏବଂ ରଶ୍ମିମୟୀ ପଟ୍ଟନାୟକ ପ୍ରମୁଖ ଶିବିରରେ ଆଠଟି ପଞ୍ଚାୟତରୁ ଆସିଥିବା ବିଜେପିର ପ୍ରମୁଖ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ ।

ଭାରତୀୟ ଜନତା ପାର୍ଟିର ଇତିହାସ, ବିଚାରଧାରା, ମୋଦି ସରକାରଙ୍କ ସଫଳତା, ଆଗାମୀ ନିର୍ବାଚନରେ ଦଳର ରଣନୀତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାମଚଣ୍ଡୀ ପ୍ରସାଦ ରଣସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମଣ୍ଡଳ ସାଧାରଣ ସମ୍ପାଦକ ମହେନ୍ଦ୍ର ଜେନା । ଏହି ଶିବିରରେ ଶତାଧିକ ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର କାର୍ୟ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବକାଶରେ ଗଡ଼ମାଣତୀର ଗ୍ରାମ ପଞ୍ଚାୟତର ସଭାପତି ଥିବା ଇନ୍ଦ୍ରମଣି ରଣସିଂହ ନିଜର ଦାୟିତ୍ୱ, ଯୁବନେତା ଲଳିତମୋହନ ହରିଚନ୍ଦନଙ୍କୁ ହସ୍ତାନ୍ତରିତ କରିଥିଲେ ।

ନବନିଯୁକ୍ତ ପଞ୍ଚାୟତ ସଭାପତି ଶ୍ରୀ ହରିଚନ୍ଦନଙ୍କୁ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ଏହାଛଡ଼ା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପକ୍ଷରୁ ରାମଚଣ୍ଡୀ ପ୍ରସାଦ ରଣସିଂହଙ୍କୁ ସରପଞ୍ଚ ପ୍ରାର୍ଥୀ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ