Masthead

ଆଜିଠୁ ବିଜେପିର ‘କଂଗ୍ରେସ ଫାଇଲ୍‌ସ’ ଅଭିଯାନ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ବିଜେପିର କଂଗ୍ରେସ ଫାଇଲ୍ସ ଅଭିଯାନ । ‘କଂଗ୍ରେସ ଫାଇଲ୍‌ସ’ ହେଉଛି ଏକ ଭିଡିଓ ସିରିଜ୍। ଏଥିରେ କଂଗ୍ରେସର ଦୁର୍ନୀତିଗୁଡ଼ିକୁ ଦଳ ସ୍ଥାନିତ କରିଛି। ଆଉ ଏହି ଭିଡିଓ ସିରିଜ୍‌ର ପ୍ରଥମ ଅଧ୍ୟାୟକୁ ଆଜି ବିଜେପି ତା’ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ‘ଉପା’ ସରକାରରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଏଥିରେ ପ୍ରଦର୍ଶତ କରାଯାଇଛି। ଏଥିରେ ରହିଛି ଟୁଜି ସ୍କାମ, କୋଇଲା ଦୁର୍ନୀତି ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନିୟମିତତା। ‘ଉପା’ ସରକାର ଅମଳରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି ଓ ୧.୭୬ ଲକ୍ଷ କୋଟି ଟଙ୍କା ଟୁଜି ଦୁର୍ନୀତି ହୋଇଥିଲା। ମନରେଗାରେ ୧୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ଇଟାଲୀରୁ ୧୨ଟି ହେଲିକପ୍ଟର କିଣିବା ପାଇଁ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ସେତେବେଳେ ଏମିତି ଏକ ସମୟ ଥିଲା ଯେତେବେଳେ ଖବର କାଗଜ ହେଉ ଅବା ନ୍ୟୁଜ ଚ୍ୟାନେଲ ସବୁଠି ଦୁର୍ନୀତି ପ୍ରମୁଖ ଖବର ହୋଇଥିଲା। ଏହି ସବୁ ଦୁର୍ନୀତି ସତ୍ତ୍ୱେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି ଜାଣିପାରିଲେ ନାହିଁ ବୋଲି କହି ଏହି ଭିଡିଓରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ‘କଂଗ୍ରେସ ଫାଇଲ୍‌ସ’ ପ୍ରଥମ ଅଧ୍ୟାୟର ଶେଷରେ ଆସନ୍ତା ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ କଂଗ୍ରେସର ଆଉ ଏକ ଦୁର୍ନୀତି ବିଷୟରେ ଦେଖିବାକୁ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା